ଓଡିଶା

odisha

ବର୍ଷ ବର୍ଷର ଅବହେଳା ମଣିପୁରର ପ୍ରତିଫଳନ: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ

ETV Bharat / videos

No Confidence Motion: ବର୍ଷ ବର୍ଷର ଅବହେଳା ମଣିପୁରର ପ୍ରତିଫଳନ: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ

By

Published : Aug 8, 2023, 7:47 PM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପରିଷଦ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ବିତର୍କ  ଲୋକସଭାରେ ଜାରି  ରହିଛି । ବିତର୍କରେ ଭାଗନେଇ ବରିଷ୍ଠ  ବିଜେପି ନେତା ତଥା ବିଜ୍ଞାନ ଭୂପୃଷ୍ଠ ମନ୍ତ୍ରୀ କିରଣ ରିଜିଜ୍ଜୁ କହିଛନ୍ତି, ‘‘ ବିରୋଧୀ ଯେଉଁ ଅବିଶ୍ବାସ ପ୍ରସ୍ତାବ ଆଣିଛନ୍ତି ତାହାର ବହୁ ମୁଲ୍ୟ ଦେବାକୁ ପଡିବ । ଆମେ ଦେଶ ସ୍ବାଧୀନତାର ଶତବାର୍ଷିକୀ (2047) ବେଳକୁ ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବାକୁ ଲକ୍ଷ୍ୟ  ନେଇ କାମ କରୁଛୁ । ସେହି ଲକ୍ଷ୍ୟ ନେଇ ମୋଦିଙ୍କ ନେତୃତ୍ବରେ ସରକାର କାମ କରୁଛନ୍ତି  । ମଣିପୁର ପ୍ରସଙ୍ଗ ଉଠାଇ  କହିଛନ୍ତି ଆପଣ ମାନେ  ଭାବନ୍ତୁ ନାହିଁ ମଣିପୁରରେ ଅଚାନକ ଏହି ବିଦ୍ବେଷର ନିଆଁ ଲାଗିଛି ।  ବର୍ଷ ବର୍ଷ ଧରି ଆପଣଙ୍କ(କଂଗ୍ରେସ) ର ଅବହେଳା,  ସ୍ବାଧୀନତା ପରଠାରୁ ନର୍ଥଇଷ୍ଟକୁ ମରିବା ପାଇଁ ଛାଡିଦେବାର ଫଳ ଆଜି ଘଟୁଛି । ମଣିପୁରରେ ଦେଶର ସର୍ବାଧିକ ଉଗ୍ରବାଦୀ ସଂଗଠନ ସୃଷ୍ଟି ହୋଇଛି । କିନ୍ତୁ 2014 ରେ  ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ବ ନେବା   ପରେ ମଣିପୁରରେ ଗୋଟିଏ ବି ଉଗ୍ରବାଦୀ ସଂଗଠନ ସୃଷ୍ଟି ହୋଇନାହିଁ ।"  

ଏହାବି ପଢନ୍ତୁ-  No Confidence Motion: ବିରୋଧ କଲା ବିଜେଡି, ନିଜ ନାକ କାଟୁଛି କଂଗ୍ରେସ: ପିନାକୀ

ABOUT THE AUTHOR

...view details