ଓଡିଶା

odisha

ମାଆ ଅଗ୍ନିରୂପାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ETV Bharat / videos

ମାଆ ଅଗ୍ନିରୂପାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଦେଶବାସୀଙ୍କ କଲ୍ୟାଣ ପ୍ରାର୍ଥନା କଲେ - ମା ହିଙ୍ଗୁଳାଙ୍କ ଚଇତି ଯାତ୍ରା

By

Published : Apr 13, 2023, 12:57 PM IST

ଅନୁଗୋଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମାଆ ହିଙ୍ଗୁଳାଙ୍କର ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ଶେଷ ଦିନରେ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ କରି ମାଆ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରୁ ସିଧା ମାଆଙ୍କ ଦର୍ଶନ ପାଇଁ ତାଳଚେର ଗୋପାଳଗଡ଼ରେ ପହଞ୍ଚିଥିଲେ । ପ୍ରଥମେ ଯାଇ ମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଥିଲେ । ବୁଧବାର ମାଆଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ମାଆଙ୍କ ଆଶୀର୍ବାଦ ନେବା ସହ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ଧର୍ମେନ୍ଦ୍ର । ମାଆଙ୍କ ପବିତ୍ର ଉଭାସ୍ଥଳୀକୁ ଯାଇ ମଧ୍ୟ ପ୍ରତ୍ୟକ୍ଷ ଦର୍ଶନ କରିଥିଲେ ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମାଆ ହିଙ୍ଗୁଳା ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ଅଗ୍ନିସ୍ୱରୂପାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ମାଆଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ । ତାଙ୍କ କରୁଣାରୁ ଅନୁଗୋଳ ଜିଲ୍ଲା ସହ ରାଜ୍ୟ ଓ ଦେଶ ଆହୁରି ସମୃଦ୍ଧ ହେଉ । କେନ୍ଦ୍ରମନ୍ତ୍ରୀ ଗସ୍ତ ସମୟରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, ବରିଷ୍ଠ ନେତା ଯଯାତି ପଟ୍ଟନାୟକ ଓ ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଚୌଧୁରୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ବିଶ୍ୱଜିତ ମିଶ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details