ଓଡିଶା

odisha

ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

ETV Bharat / videos

ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଉଦଘାଟିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ବୋଇତ ବନ୍ଦାଣ ବାରଙ୍ଗ ମହୋତ୍ସବ

By ETV Bharat Odisha Team

Published : Nov 27, 2023, 8:41 PM IST

ନିଆଳି: ପ୍ରସିଦ୍ଧ କାର୍ତ୍ତିକେଶ୍ବର ପୂଜା ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳ । ଗତକାଲି ରାତିରେ ଷଷ୍ଠତମ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ କମିଟି ତରଫରୁ ରାଜା ଚୋଡଗଙ୍ଗ ଦେବଙ୍କ ୬ଶହ ବର୍ଷ ତଳର ପ୍ରାଚୀର ଗୈାରବମୟ ଐତିହ୍ୟକୁ ମନେ ପକାଇ ଉତ୍ସବର ଆୟୋଜନ କରାଯାଇଛି । ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ୨୦୨୩କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ତତ୍ତ୍ବାବଧାନରେ ତିନିଦିନ ଧରି ହେବାକୁ ଥିବା ଉତ୍ସବ ଝୁନଝୁନଓ୍ବାଲା କାଚ କାରଖାନା ପଡିଆରେ ରାତି ୭ଟାରେ ପରେ ଏକ ସଭା ଆୟୋଜନ ହୋଇଥିଲା ।  

ଏହି ଅବସରରେ କମିଟିର ପୂର୍ବତନ ସଭାପତି ସ୍ବର୍ଗତ ପ୍ରେମାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବାରଙ୍ଗ ଅଞ୍ଚଳର ୧୯ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ଓ କଲେଜର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବରେ ଆଜି ପ୍ରୟ ଚାରି ହଜାରରୁ ଊର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ବାରା କଳା ପରିବେଷଣ କରାଯାଇଥିଲା ।  କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ମାହାଙ୍ଗା ବିକାଶପରିଷଦର ଅଧ୍ୟକ୍ଷ ସାରଦା ପ୍ରଧାନ, କମିଟିର ଉପଦେଷ୍ଟା ସୁନିଲ ସିଂହ, ସାଧାରଣର ସମ୍ପାଦକ ରାମଚନ୍ଦ୍ର ଦାସ, ମଧୁପୁର ସରପଞ୍ଚ ସସ୍ମିତା ଭୋଇ, ସମେତ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଯୋଗଦେଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.....ରାହାସ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶୂନ୍ୟ ମଣ୍ଡପ, ପାଦୁକା ନେଲେ ଭଲ ହୁଏ ରୋଗ !

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details