ଓଡିଶା

odisha

ଢେଙ୍କାନାଳରେ ରାବଣ ପୋଡି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ETV Bharat / videos

ଢେଙ୍କାନାଳରେ ରାବଣ ପୋଡି ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - dharmendra pradhan attends ravan podi

By ETV Bharat Odisha Team

Published : Oct 25, 2023, 10:18 AM IST

ଢେଙ୍କାନାଳ:ଢେଙ୍କାନାଳରେ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ମିନି ଷ୍ଟାଡିୟମ ପଡ଼ିଆରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ରାବଣ ପୋଡି ମହୋତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅଭିଭାଷଣରେ ସେ କହିଛନ୍ତି ଯେ, ସାରା ବିଶ୍ୱରେ ଭାରତ ବର୍ଷ ଶିକ୍ଷା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ ବେଶ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସିଛି । ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିଜୟା ଦଶମୀ ପାଳନ କରାଯାଏ । ଏହି ଅବସରରେ ଭାରତ ବର୍ଷର ବିକାଶ ଧାରାରେ ସମସ୍ତଙ୍କୁ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ଉତ୍ସବ ପରିଶେଷରେ ରାବଣର ପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ। 

ଏହାମଧ୍ୟ ପଢନ୍ତୁ..ତାଳଚେର ସାଉଥବଲଣ୍ଡାରେ ରାବଣ ପୋଡ଼ି ଉତ୍ସବ, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ବିଶ୍ୱହିନ୍ଦୁ ପରିଷଦ ଓଡିଶା ପୂର୍ବପ୍ରାନ୍ତ ପଣ୍ଡିତ ମହେଶ ସାହୁ , ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ପୌରପରିଷଦର ପୌରାଧକ୍ଷା ଜୟନ୍ତୀ ପାତ୍ର , ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ପାତ୍ର ଯୋଗ ଦେଇଥିଲେ ।


ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details