ଓଡିଶା

odisha

୭ ଛାତ୍ରୀଙ୍କୁ ଧକ୍କା ଦେଲା ବୋଲେରୋ

By

Published : Jun 6, 2023, 8:08 PM IST

ETV Bharat / videos

Watch Video: କୋଚିଂ ଯାଉଥିଲେ, ୭ଛାତ୍ରୀଙ୍କୁ ପଛରୁ ପିଟିଲା ବୋଲେରୋ

ପାଟନା: ବିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଦୃତଗତିରେ ଯାଉଥିବା ଏକ ବୋଲେରୋ ଗାଡ଼ି ନିୟନ୍ତ୍ରଣ ହରାଇ ଏକାଥରେ ୭ ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ବିହାରର ଲୋରିଆ- ବେତିଆ ମୁଖ୍ୟରାସ୍ତାର ବୋଲି ଜଣାପଡ଼ିଛି । ଆହତ ସମସ୍ତ ଛାତ୍ରୀଙ୍କର ଏବେ ବେତିଆ ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି । ଉପସ୍ଥିତ ଲୋକେ ଆହତ ଛାତ୍ରୀମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବେତିଆ GMCH (Government Medical College and Hospital)କୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଦଶମ ଶ୍ରେଣୀର ହୋଇଥିବା ବେଳେ କୋଚିଂକୁ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ତେବେ ସ୍ଥାନୀୟ ଲୋକେ ବୋଲେରୋ ଚାଳକକୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ବୋଲେରୋକୁ ମଧ୍ୟ ଜବତ କରିଛି ।

ABOUT THE AUTHOR

...view details