ଓଡିଶା

odisha

ETV Bharat / videos

ଅଜାଙ୍କ ଦଶାହରେ ଗାଧୋଇବାବେଳେ ଖସିଗଲା ଗୋଡ, ଚାଲିଗଲା 2ନାତିଙ୍କ ଜୀବନ - ୱାଦା ଶାସନ ଗ୍ରାମରେ 2 ମୃତ

🎬 Watch Now: Feature Video

ଅଜାଙ୍କ ଦଶାହରେ ଚାଲିଗଲା 2 ନାତିଙ୍କ ଜୀବନ

By

Published : Aug 12, 2023, 4:54 PM IST

ବାଲେଶ୍ବର:ଅଜାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିବା 2 ନାତିଙ୍କ ଜୀବନ ଯାଇଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୱାଦା ଶାସନ ଗ୍ରାମରେ। ସ୍ବର୍ଗତ ବିଷ୍ଣୁଙ୍କ ଦଶାହ କ୍ରିୟା ପାଇଁ ବନ୍ଧୁବାନ୍ଧବ ସମେତ ଝିଅ ଜ୍ବାଇଁ ଏବଂ ନାତି ନାତୁଣି ଘାଟକୁ ଯାଇଥିଲେ। ଦୁଇ ନାତି କୁଲୁଆ ପାଢ଼ୀ ଏବଂ ଚନ୍ଦନ କର ଶୁଦ୍ଧି କ୍ରିୟାରେ ସାମିଲ ହୋଇ ମୁଣ୍ଡନ ହେବା ପରେ ବାଗୁଡି ପଥରକଟା ନିକଟକୁ ଗାଧୋଇବାକୁ ଯାଇଥିଲେ। ଆଉ ସେହି ସମୟରେ ପାଣିରେ ବୁଡିଯାଇଥିଲେ ଉଭୟ।  

ଏହା ବି ପଢନ୍ତୁ...ପାଣିରେ ବୁଡି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଶୋକରେ ପରିବାର

ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ସୋର ବିଧାୟକ ପର୍ଶୁରାମ ଧଡ଼ା ଶୋକ ସନ୍ତପ୍ତ ପରିବାର ନିକଟରେ ପହଞ୍ଚି ଆଶ୍ବାସନା ଦେଇଛନ୍ତି। 

ସତରେ ବିଧାତାର ଖେଳ ଆଗରେ ମଣିଷ ଯେମିତି ନାଚାର ହୋଇଯାଏ । ଏଭଳି ଏକ କରୁଣ ଘଟଣା ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି । ଅଜାଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଯାଇଥିବା ଦୁଇ ନାତି ପାଣିରେ ପଡ଼ି ମୃତ୍ୟୁବରଣ କରିବା ଘଟଣାକୁ ନେଇ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details