ଓଡିଶା

odisha

ବଲାଙ୍ଗୀର 11 କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଦୁଇ ଶିଶୁ ଗୁରୁତର

By

Published : May 7, 2023, 8:45 AM IST

ETV Bharat / videos

ଖେଳରୁ ଅଘଟଣ: ପାଣି ଟାଙ୍କିରେ ଖେଳୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ 2 ଶିଶୁ

ବଲାଙ୍ଗୀର: ବଲାଙ୍ଗୀର 11 କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଦୁଇ ଶିଶୁ ଗୁରୁତର । ପାଣି ଟାଙ୍କିରେ ଖେଳୁଥିବା ବେଳେ ଲାଗିଲା ବିଦ୍ୟୁତ ତାର । ଗୁରୁତର ଅବସ୍ଥା ଦୁଇ ଶିଶୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ପାଟଣାଗଡ଼ ବିଲେଇସାଥୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଗାଁ ଦାଣ୍ଡରେ ଥିବା ଏକ ପାଣି ଟ୍ୟାଙ୍କର ଉପରକୁ ଚଢ଼ି ଦୁଇ ଶିଶୁ ଖେଳୁଥିଲେ । ତେବେ ପାଣିଟାଙ୍କିର ଅଳ୍ପ ଉଚ୍ଚରେ ଥିବା 11 କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସିଥିଲେ ଶିଶୁ ଦ୍ବୟ । 

ଶିଶୁଙ୍କ ପାଟି ଶୁଣି ଗ୍ରାମବସୀ ଆସି ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛଥିଲା । ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଡାକ୍ତରଖାନା ଯାଇ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ରେଡକ୍ରସ ପାଣ୍ଠିରୁ ଉଭୟ ଶିଶୁଙ୍କ ପରିବାରକୁ 10 ହଜାର ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରିଛନ୍ତି । ସେହିପରି ଏହି ଘଟଣାକୁ ନେଇ ବଲାଙ୍ଗୀର ପୂର୍ବତନ ସାଂସଦ ତଥା ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ଦୁଃଖ ପ୍ରକାଶ କରିଛନ୍ତି ।  

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details