ସକ୍ରିୟା ସାପ ବିଷ ରାକେଟ୍ ! ସାପ ଚାଲାଣ ବେଳେ ଧରା ପଡ଼ିଲେ ୨ ଅଭିଯୁକ୍ତ - snake poison racket
Published : Oct 19, 2023, 7:05 AM IST
ବାଲେଶ୍ଵର:ଜଳେଶ୍ବରରେ ପୁଣିଥରେ ସାମ୍ନାକୁ ଆସିଛି ସାପ ବିଷ ରାକେଟ୍ ଘଟଣା । ଜଳେଶ୍ଵର ଷ୍ଟେସନରୁ ରେଳବାଇ ପୋଲିସ ଦ୍ଵାରା ୨ ଜଣ ପଶ୍ଚିମବଙ୍ଗ ଯୁବକଙ୍କ ପାଖରୁ 4ଟି ତମ୍ପ ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଜଳେଶ୍ୱର ଷ୍ଟେସନରୁ ସାପ ପେଡିରେ ରଖି ୨ ଜଣ ଯୁବକ ପଶ୍ଚିମବଙ୍ଗକୁ ଯିବା ସମୟରେ ରେଳବାଇ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ସେମାନଙ୍କ ପାଖରେ ଥିବା ୪ଟି ପେଡ଼ିରେ ସାପ ଦେଖିବାକୁ ମିଳିଥିଲା । ଏହି ମାମଲାରେ ରେଳବାଇ ପୋଲିସ ୨ ଜଣଙ୍କୁ ଅଟକ ରଖି ବନବିଭାଗକୁ ହସ୍ତାନ୍ତର କରିଛି ।
ଏହା ବି ପଢନ୍ତୁ...ବରଗଡରୁ ବଜ୍ରକାପ୍ତା କାତି ସହ ଅହିରାଜ ସାପ ଉଦ୍ଧାର, 6 ଗିରଫ
ଓଡ଼ିଶାର ବିଭିନ୍ନ ସ୍ଥାନରୁ ସାପ ଧରି ପଶ୍ଚିମବଙ୍ଗକୁ ନେଇ ଯାଉଥିବା କହିଛନ୍ତି ଅଭିଯୁକ୍ତ । ସୂଚନା ଅନୁସାରେ, ଗତ ଅଗଷ୍ଟ ମାସ 16 ତାରିଖ ବାଲିଆପାଳ ଥାନାର ପଞ୍ଚୁପାଲି ଅଞ୍ଚଳରୁ 29ରୁ ଉର୍ଦ୍ଧ୍ଵ ନାଗସାପ ଉଦ୍ଧାର ସହ 3 ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଗାଁ ଗହଳିରୁ ବିଷଧର ସାପ ଧରି ବିଷ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ବିଷଧର ସାପଗୁଡ଼ିକୁ ବନ ବିଭାଗ ଧରି ଜଙ୍ଗଲରେ ଛାଡ଼ିବାକୁ ନିୟମ ଥିବାବେଳେ ବିଷ ବିକ୍ରି କରିବା ଉଦ୍ଦେଶ୍ୟ ରଖି ସାପଗୁଡ଼ିକୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ବାଲେଶ୍ବର