ଓଡିଶା

odisha

ଚାଲିଛି ତୁମ୍ଭ ତିଆରି କାମ

ETV Bharat / videos

Rathakhala Halchal: ଚଳଚଞ୍ଚଳ ରଥଖଳା, ଚାଲିଛି ତୁମ୍ବ ତିଆରି କାମ - ରଥଯାତ୍ରା ପାଇଁ ତୁମ୍ଭ ତିଆରି କାମ

By

Published : Apr 26, 2023, 2:09 PM IST

ପୁରୀ:ରଥ ଅନୁକୂଳର ଆଜି ଚତୁର୍ଥ ଦିନ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଆଜି ରଥର ତୁମ୍ଭ ତିଆରି କାର୍ଯ୍ୟ ହୋଇଛି । ନନ୍ଦିଘୋଷ ରଥର 4ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଛି । ଆଜି 13ଟି ତୁମ୍ବ ତିଆରି ହେବ । ତିନି ରଥର ଚକ ପାଇଁ ତୁମ୍ବ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର 42ଟି ତୁମ୍ବ ହେବାକୁ ଥିବା ବେଳେ 13ଟି ତୁମ୍ବ କଟା ସରିଛି । ରଥ ଖଳାରେ ଭୋଇ ସେବକ, କରତି ସେବକ ଓ ବିଶ୍ଵକର୍ମା ମହାରଣାମାନେ କାର୍ଯ୍ୟରେ ଲାଗିଛନ୍ତି । 

ଆସନ୍ତା ଭଉଁରୀ ତିଥିରେ 6ଟି ଚକ ଓ 3ଟି ଅଖ ଲାଗିବାର ପରମ୍ପରା ଥିବାରୁ ସଠିକ୍ ସମୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଦୋଳ ବେଦୀ କୋଣରେ କମାର ସେବକମାନେ ଲୁହା କାମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅର କଣ୍ଟା ନିର୍ମାଣ ଚାଲିଛି । ଅକ୍ଷୟ ତୃତୀୟାରେ ଶାଢ଼ୀ ବନ୍ଧାଇ କମାର ସେବକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପର୍ଯ୍ୟାୟ କ୍ରମେ ବିଭିନ୍ନ କଣ୍ଟା ପ୍ରସ୍ତୁତ ହେବ । ରଥ କାର୍ଯ୍ୟରେ 75 ରୁ 80 ପ୍ରକାରର ବିଭିନ୍ନ କଣ୍ଟା ପ୍ରସ୍ତୁତ ହୋଇଥାଏ । ଅର କଣ୍ଟା, ପନ୍ଦାରି କଣ୍ଟା, ଦଣ୍ଡା ବିଡ଼ିଆ, ବଳା, ଘଡି ମୁହଁ, ଗରଗରା, ଗୟଳ, ଯୋଖା, ପ୍ରଭା କଣ୍ଟା ଆଦି ବିଭିନ୍ନ ପ୍ରକାର କଣ୍ଟା ପ୍ରସ୍ତୁତ କରାଯାଇଥାଏ । 

ରଥ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରରେ ହେବ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ରଥ ଖଳା ପରିଦର୍ଶନ କରିଛନ୍ତି । ରଥ ନିର୍ମାଣରେ ଲାଗିଥିବା ସେବାୟତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ଖାଇବା ବ୍ୟବସ୍ଥା ସବୁ କରାଯାଇ ଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।  ତେବେ ନଜର ପକାନ୍ତୁ ରଥଖଳା ହାଲଚାଲ ଉପରେ ଆଉ ଦେଖନ୍ତୁ କିପରି ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details