ଜଗନ୍ନାଥ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ବାପାପୁଅଙ୍କ ଜୀବନ - ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ହଣ୍ଡପା ଥାନା ସର୍ଗିପାଲି ନିକଟରେ ସଡକ ଦୁର୍ଘଟଣା। କାରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଫଳରେ କାରରେ ଥିବା ଵାପ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ଝିଅ ଗୁରୁତର। ସୂଚନା ଅନୁସାରେ ବେଲପାହାଡ଼ ଅଞ୍ଚଳର ପ୍ରଭାସ ବୋଷ , ତାଙ୍କ ୨୨ ବର୍ଷୀୟ ପୁଅ ପ୍ରତ୍ୟୁଷ ବୋଷ, ମା’ ସଙ୍ଗୀତା ବୋଷ ଓ ଝିଅ ସ୍ୱସ୍ତିକା ବୋଷ ପୁରୀ ଜଗନ୍ନାଥ ଦର୍ଶନ କରି ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା ।
ଫଳରେ ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥବା ବେଳେ ଆହତମାନଙ୍କୁ ପ୍ରଥମେ କିଶୋର ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଓ ପରେ କଟକ ସ୍ଥାନାନ୍ତରଣ କରାଯାଇଛି । ଖବର ପାଇ ହଣ୍ଡପା ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
ଇଟିଭି ଭାରତ, ଅନୁଗୋଳ