ଓଡିଶା

odisha

ବିଜେପି ଯୁବମୋର୍ଚ୍ଚାର ସଚେତନ ଶୋଭାଯାତ୍ରା, ତ୍ରିରଙ୍ଗାମୟ ହେଲା ଯାଜପୁର

By

Published : Aug 14, 2023, 6:44 PM IST

ଯାଜପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

ଯାଜପୁର: ଆସନ୍ତାକାଲି ସାରା ଦେଶ ପାଳିବ 77ତମ ସ୍ବାଧୀନତା ଦିବସ । ଏହି ଉପଲକ୍ଷେ ଆଜି ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହର ଘର ତ୍ରିରଙ୍ଗା ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଦାନଗଦିଠାରୁ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି କଳିଙ୍ଗନଗର ଶିଳ୍ପାଞ୍ଚଳ ପରିକ୍ରମା କରିଥିଲେ । ଶେଷରେ ଏହି ଶୋଭାଯାତ୍ରା ଡୁବୁରୀ ଠାରେ ପହଞ୍ଚିଥିଲା।

ଏହା ବି ପଢନ୍ତୁ...Har Ghar Tiranga: ଭବାନୀପାଟଣାରେ CRPF ଯବାନଙ୍କ ତ୍ରିରଙ୍ଗା ଶୋଭାଯାତ୍ରା

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ୍‌ ରାଜଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋଭାଯାତ୍ରାରେ ବିଜେପି ଯୁବମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ ନବନିଯୁକ୍ତ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବମୋର୍ଚ୍ଚା କର୍ମୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ରାଷ୍ଟୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ ନିବେଦନ କରିଥିଲେ । ଏଥିରେ ବହୁ ବିଜେପି କର୍ମୀ ଓ ନେତା ମଧ୍ଯ ଯୋଗଦେଇଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଜିଲ୍ଲାର ସୁକିନ୍ଦା, ଦାନଗଦି ବ୍ୟାସନଗର, କୋରେଇ, ରସୁଲପୁର, ଧର୍ମଶାଳା, ବଡ଼ଚଣା, ବରୀ, ବିଞ୍ଝାରପୁର ଓ ଯାଜପୁର ଟାଉନର ଯୁବ ମୋର୍ଚ୍ଚାର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details