ଓଡିଶା

odisha

Independence Day 2023

ETV Bharat / videos

ଭଦ୍ରକରେ ତ୍ରିରଙ୍ଗା ଶୋଭାଯାତ୍ରା, ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ - ଭଦ୍ରକ ନ୍ୟୁଜ

By

Published : Aug 15, 2023, 8:19 AM IST

ଭଦ୍ରକ: ଆଜି ଦେଶ ପାଳନ କରୁଛି ୭୭ତମ ସ୍ବାଧୀନତା ଦିବସ  । ଏନେଇ ଗାଁ ଠାରୁ ସହ ସବୁଠି ଉତ୍ସବର ମାହୋଲ । ଏନେଇ ଗତକାଲି  ଭଦ୍ରକରେ ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ସହରର ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। “ବନ୍ଦେ ମାତରମ୍" ଏବଂ "ଭାରତ ମାତା କି ଜୟ” ଧ୍ୱନିରେ ସମଗ୍ର ପରିସର ପ୍ରକମ୍ପିତ ହୋଇ ଉଠିଥିଲା ।  ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳର କର୍ମୀଙ୍କ ସହ ଭଦ୍ରକ ଆଖାପାଖ ଅଞ୍ଚଳର ବହୁ ଯୁବ ପିଢ଼ି ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏନେଇ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା। 30 ମିଟର ଲମ୍ବର ଏକ ବିଶାଳ ତ୍ରିରଙ୍ଗା ପତାକାକୁ ଧରି ସହର ପରିକ୍ରମା କରୁଥିବା ବେଳେ ସହରର ବାସିନ୍ଦାଙ୍କ ମଧ୍ୟରେ ଏକ ଦେଶାତ୍ମକ ବୋଧ ଭାବନା ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଥିଲା ।  

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’, ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details