ଓଡିଶା

odisha

ହ୍ବାଇଟ ହାଉସରେ ଉଡିଲା ତ୍ରିରଙ୍ଗା

ETV Bharat / videos

ହ୍ବାଇଟ ହାଉସରେ ଉଡିଲା ତ୍ରିରଙ୍ଗା, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ପାଇଁ ଆୟୋଜନ - welcome ceremony of PM modi

By

Published : Jun 17, 2023, 4:00 PM IST

ନୂଆଦିଲ୍ଲୀ: ହ୍ୱାଇଟ ହାଉସରେ ଫରଫର ଉଡୁଛି ତ୍ରିରଙ୍ଗା। ତେବେ ହ୍ୱାଇଟ ହାଉସରେ ତ୍ରିରଙ୍ଗା ଉଡୁଥିବା ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରବାସୀ ଭାରତୀୟ । ସୂଚନା ଅନୁସାରେ, ଆସନ୍ତା 21ରୁ 24 ତାରିଖ  ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ କରିବାକୁ ଆମେରିକାର ପ୍ରସ୍ତୁତି ଜୋରଦାର ହୋଇଛି ।

ଆମେରିକାର କେତେକ ରାଜନେତାଙ୍କ ସହ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ତାଙ୍କୁ ସ୍ବାଗତ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ୱାଶିଂଟନ DC ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି। ଏହାପରେ ଜୁନ 22ରେ ହ୍ବାଇଟ ହାଉସରେ ପହଞ୍ଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦେଶର ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ସହ ଡିନର୍ କରିବେ ମୋଦି ।  

ସେହିପରି ଆସନ୍ତା 23 ତାରିଖରେ US ଉପରାଷ୍ଟ୍ରପତି କମଲା ହ୍ୟାରିସ ଏବଂ ସେକ୍ରେଟାରୀ ଆଣ୍ଟୋନି ବିଲକେନଙ୍କ ସହ ଏକ ବୈଠକ କରିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ABOUT THE AUTHOR

...view details