ଓଡିଶା

odisha

Etv Bharat

ETV Bharat / videos

G20 Craft Exhibition: ଆଦିମ କଳାକୁ ଗୁରୁତ୍ବ, ପ୍ରଦର୍ଶନୀରେ ସ୍ଥାନ ପାଇଲା ଟ୍ରାଇବ୍‌ ଷ୍ଟଲ

By ETV Bharat Odisha Team

Published : Sep 9, 2023, 10:27 PM IST

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ଆଦିମ ଜନଜାତିଙ୍କ ଜୀବନ ଶୈଳୀ, କଳା, ସ୍ଥାପତ୍ୟକୁ ପହଞ୍ଚାଇବା ଲାଗି ଜି-୨୦ ସମ୍ମିଳନୀ ଏକ ବଡ଼ ପ୍ଲାଟଫର୍ମ । ବିଦେଶୀଙ୍କୁ ଭାରତର ଆଦିମ ଜନଜାତିଙ୍କ ସହିତ ପରିଚିତ କରିବା ସହିତ ଏମାନଙ୍କ କାରିଗରୀକୁ ପ୍ରୋତ୍ସାହିତ କରିବା ଲାଗି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତ ସଂସ୍କୃତି ପ୍ରଦର୍ଶନୀରେ ଲଗାଯାଇଛି ଟ୍ରାଇବ୍‌ ଷ୍ଟଲ୍‌ । ଏହି ଷ୍ଟଲ୍‌ ଆଦିମ ଜନଜାତିର ଲୋକେ ବ୍ୟବହାର କରୁଥିବା ପୋଷାକ, ଅଳଙ୍କାରଠୁ ଆରମ୍ଭ କରି ସେମାନଙ୍କ ସଂସ୍କୃତି ସହିତ ଜଡ଼ିତ ଅନେକ ସାମଗ୍ରୀ ବିକ୍ରି କରାଯାଉଛି । ଏହାକୁ ବିଦେଶୀ ଅତିଥିମାନେ ଉପଭୋଗ କରିବା ସହିତ କିଣି ନେଉଛନ୍ତି । ଏହି ଷ୍ଟଲ୍‌ରେ ପାରମ୍ପାରିକ ଆଦିବାସୀ କଳା, ଚିତ୍ର, ବସ୍ତ୍ର, କଳାକୃତି, ଜୈବ ପ୍ରାକୃତିକ ଦ୍ରବ୍ୟ ଓ ଅନେକ ଜିନିଷ ରହିଛି । କ୍ରାଫ୍ଟ ବଜାରର ହଲ ନଂ ୩ରେ ରହିଛି ଏହି ଷ୍ଟଲ୍‌ । ଏଥିରେ ଓଡ଼ିଶାର ସଉରା ଚିତ୍ରକଳା ମଧ୍ୟ ପ୍ରଦର୍ଶିତ ହୋଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details