ଓଡିଶା

odisha

ପରବ-2023 ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ

ETV Bharat / videos

ପରବ-2023 ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଝୁମିଲା କୋରାପୁଟ - ପରବ ୨୦୨୩ ପାଳନ

By ETV Bharat Odisha Team

Published : Nov 27, 2023, 11:14 AM IST

କୋରାପୁଟ: ଧୁମଧାମରେ ପାଳନ ହେଉଛି କୋରାପୁଟର ୨୬ତମ ଜାତୀୟ ଆଦିବାସୀ ଲୋକ ମହୋତ୍ସବ 'ପରବ- ୨୦୨୩' । ସ୍ଥାନୀୟ ସରକାରୀ କଲେଜ ପଡିଆ ଠାରେ 3 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଦ୍ବିତୀୟ ଦିନରେ କୃଷି ସଚିବ ଅରବିନ୍ଦ ପାଢ଼ୀ, ଦକ୍ଷତା ବିକାଶ ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ କୃଷି ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, "ପରବ ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ମାଇଲ ଖୁଣ୍ଟ ।ଆଦିବାସୀ ସଂସ୍କୃତି, ଜୈବ ବିବିଧତା ତଥା କୃଷି କ୍ଷେତ୍ରରେ କୋରାପୁଟ ଏକ ଅନନ୍ୟ ଉଦାହରଣ ହୋଇପାରିଛି ।"

ଏହାମଧ୍ୟ ପଢନ୍ତୁ.. କୋରାପୁଟରେ ଆଦିବାସୀ ଲୋକ ମହୋତ୍ସବ ପରବ ଉଦଘାଟିତ

ସେହିଭଳି ଦକ୍ଷତା ବିକାଶ ସଚିବ ଉଷା ପାଢ଼ୀ କହିଛନ୍ତି, "ପରବ ମାଧ୍ୟମରେ କୋରାପୁଟ ତାର ଆତ୍ମୀୟତାକୁ ବିଶ୍ଵଦରବାରରେ ପ୍ରଦର୍ଶିତ କରିପାରିଛି । ବିଶ୍ୱକୁ ବିଭିନ୍ନ କିସମର ଧାନ ଉପହାର ଦେଇଥିବା କୋରାପୁଟ କିପରି ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି ସେ ସମ୍ପର୍କରେ କହିଥିଲେ ଦକ୍ଷତା ବିକାଶ ସଚିବ ।


ଆଉମଧ୍ୟ ବିଭିନ୍ନ କ୍ଷେତ୍ରରେ କୃତି ପ୍ରତିଦ୍ୱନ୍ଦିମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପଦମପୁରର ଢେମ୍ସା, ସାନ୍ତାଳି ନୃତ୍ୟ, ନବରଙ୍ଗପୁରର ଗରଣ୍ଡି ନୃତ୍ୟ, ଆନ୍ଧ୍ର ପ୍ରଦେଶ ଟାପେଟାଗୁଲୁ, ସମ୍ବଲପୁର ଛୁଟ ନୃତ୍ୟ ଆଦି ପରିବେଷଣ ହୋଇଥିଲା ।

କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅବଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଏହି ଉତ୍ସବର ଦ୍ବିତୀୟ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢୀ , ନାଲକୋ ଦାମନଯୋଡି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶୀଲ କୁମାର ପାଢ଼ୀ, ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଡିଆଇଜି ବିଏସଏଫ ଶୈଳେଶ କୁମାର, ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ହାଲ ଜେନେରାଲ ମ୍ୟାନେଜର ସୁଧାଂଶୁ ମୋହନ ଜେନା, କୋରାପୁଟ ଏସପି ଅଭିନବ ସୋନକାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଆଇଏଏସ ପ୍ରୋବେସାନେରୀ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 
 

ଇଚିଭି ଭାରତ, କୋରାପୁଟ 
 

ABOUT THE AUTHOR

...view details