ଓଡିଶା

odisha

ସାବିତ୍ରୀ ବ୍ରତ

ETV Bharat / videos

ସାବିତ୍ରୀ ବ୍ରତ: ଗୁରୁଙ୍କ ଦୀର୍ଘ ଜୀବନ କାମନା କଲେ କିନ୍ନର - ଗୁରୁଙ୍କ ଦୀର୍ଘ ଜୀବନ କାମନା କଲେ କିନ୍ନର

By

Published : May 19, 2023, 6:17 PM IST

ଯାଜପୁର:ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସ୍ୱାମୀ ମାନଙ୍କ ଦୀର୍ଘ ଜୀଵନ କାମନା କରି ପ୍ରତ୍ୟେକ ସଧବା ନାରୀ ଏହି ବ୍ରତ ପାଳନ କରିଥାନ୍ତି । ତେବେ ନାରୀଙ୍କ ସହ ଅନେକ ସ୍ଥାନରେ କିନ୍ନରମାନେ ମଧ୍ୟ ଏହି ସାବିତ୍ରୀ ବ୍ରତକୁ ବେଶ ଉତ୍ସାହର ସହିତ ପାଳନ କରିଥାନ୍ତି । ତେବେ ଯାଜପୁର ଜିଲ୍ଲାରେ ମଧ୍ୟ କିନ୍ନର ମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ନିଜ ଗୁରୁଙ୍କ ପାଇଁ କିନ୍ନରମାନେ ସାବିତ୍ରୀ ଵ୍ରତ ମହା ଆଡ଼ମ୍ବରରେ ପାଳନ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବ୍ୟାସନଗର ସହର ସ୍ଥିତ ପାଦୁକାଶ୍ରମରେ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଛନ୍ତି କିନ୍ନର । ଆଜି ସକାଳୁ ସକାଳୁ କିନ୍ନରମାନେ ନିଜକୁ ସଧବା ବେଶରେ ସଜେଇ ହୋଇ ନୂଆ ଶାଢ଼ୀ ପରିଧାନ କରି ହାତରେ ଚୁଡି ,ମଥାରେ ସିନ୍ଦୁର ଓ ପାଦରେ ଅଳତା ଲଗାଇ ରୀତିନୀତି ଅନୁଯାୟୀ ଗୁରୁପୂଜନ ଓ ବୃକ୍ଷ ପୂଜା କରିଛନ୍ତି ।  

ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି କିନ୍ନର । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ ସେମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି ।  ତେବେ ସାବିତ୍ରୀ ବ୍ରତ ଓଡ଼ିଶାର ସଧବାଙ୍କ ଦ୍ୱାରା ପାଳିତ ହେଉଥିବା ଏକ ଓଷା । ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀମାନେ ନିଜ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ସେମାନଙ୍କର ମଙ୍ଗଳ ମନାସି ଥାନ୍ତି । ଏଥିସହିତ କିମ୍ବଦନ୍ତୀ ଅନୁଯାୟୀ ସଧବା ନାରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି । ସେପଟେ ଆଜି ବ୍ୟାସନଗର ଅଞ୍ଚଳର ଅନେକ କିନ୍ନ୍ନର ଅତି ନିଷ୍ଠାର ସହିତ ଏହି ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details