ଓଡିଶା

odisha

ସାବିତ୍ରୀ ବ୍ରତ ପାଳିଲେ କିନ୍ନର

By

Published : May 19, 2023, 4:28 PM IST

ETV Bharat / videos

ବିଶ୍ୱର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ । ବିଶ୍ୱର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳିଲେ କିନ୍ନର । ବିଷ୍ଣୁ ଭଗବାନଙ୍କୁ ଆରାଧନା କରି ଗୁରୁଙ୍କ ସହ ସ୍ୱାମୀଙ୍କ ମଙ୍ଗଳ ମନାସି କିନ୍ନର ପାଳୁଛନ୍ତି ବ୍ରତ । ଏହି ପରିପ୍ରେକ୍ଷୀରେ ଓଡ଼ିଶା କିନ୍ନର ଆଖଡ଼ା ପକ୍ଷରୁ ଭୁବନେଶ୍ୱରର ପଳାସପଲ୍ଲୀରେ ବେଶ ଧୁମ ଧାମରେ କିନ୍ନରମାନେ ସାବିତ୍ରୀ ପୂଜା ପାଳନ କରିଛନ୍ତି । ଫୁଲ, ଧୂପ, ଦୀପ ଶଙ୍ଖା, ସିନ୍ଦୁର, ଅଳତା ସହ ପ୍ରଭୁଙ୍କୁ ନିଜର ଭକ୍ତି ଅର୍ଘ୍ୟ ସମର୍ପଣ କରି ବ୍ରତ ପୂଜା କରିଛନ୍ତି । ସମସ୍ତ ପ୍ରକାର ଫଳ ସହ ଆଳତୀ କରି ଗୁରୁଙ୍କର ଦୀର୍ଘାୟୁ କାମନା କରିଛନ୍ତି । ପୂଜା ପରେ ନିଜ ଗୁରୁଙ୍କ ପାଦ ଧୋଇଦେବା ସହ ସିନ୍ଦୁର ଲଗାଇ ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ସଧବା ବେଶରେ ସଜେଇ ହୋଇ ନୀତି ମୁତାବକ ପୂଜାର୍ଚ୍ଚନା କରିଛନ୍ତି । ପରିବାରକୁ ଛାଡି ସେମାନେ ବାହାରେ ରହୁଥିବାରୁ ନିଜ ଗୁରୁଙ୍କୁ ଜୀବନର ସର୍ବସ୍ବ ମନେ କରିଥିବାରୁ ତାଙ୍କର ମଙ୍ଗଳାର୍ଥେ ବ୍ରତ ପାଳନ କରିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details