ଓଡିଶା

odisha

Train tragedy: କଟକ SCB ରେ 100 ଆହତ ଚିକିତ୍ସାଧୀନ, ଜଣଙ୍କ ଅବସ୍ଥା ଗମ୍ଭୀର

ETV Bharat / videos

Train tragedy: କଟକ SCBରେ 100 ଆହତ ଚିକିତ୍ସାଧୀନ, ଜଣଙ୍କ ଅବସ୍ଥା ଗମ୍ଭୀର

By

Published : Jun 3, 2023, 9:49 AM IST

କଟକ:ବାଲେଶ୍ବର ବାହାନଗାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ବଢିଚାଲିଛି ମୃତ୍ୟୁସଂଖ୍ୟା । ଏବେ ସୁଦ୍ଧା 238 ଜଣଙ୍କ ମୃତ୍ୟୁ ହୋଇଥିବା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ପ୍ରକାଶ କରାଯାଇଛି । ମୋଟ 650 ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର, ଭଦ୍ରକ ଓ କଟକ ବଡ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ରାଜ୍ୟର ସବୁଠୁ ବଡ ମେଡିକାଲ SCBରେ ଏବେ ସୁଦ୍ଧା 100 ଆହତ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଜଣଙ୍କ ଅବସ୍ଥାର ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି । ଅନ୍ୟପଟେ ଗତକାଲି ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ 4 ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡା.ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସମସ୍ତ ବିଭାଗର ଡାକ୍ତର ପ୍ରସ୍ତୁତ ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଭର୍ତ୍ତି ହେଉଥିବା ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଯାଉଥିବା ଡାକ୍ତର ରଣା କହିଛନ୍ତି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ଏସବିବିରେ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

...view details