ଓଡିଶା

odisha

Train tragedy: SCB ରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁଣନ୍ତୁ ପ୍ରତିକ୍ରିୟା

By

Published : Jun 3, 2023, 12:07 PM IST

ETV Bharat / videos

Train tragedy: SCBରେ ଚିକିତ୍ସା ବ୍ୟବସ୍ଥା ତଦାରଖ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

କଟକ:ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ରାଜ୍ୟର ସବୁଠୁ ବଡ ହସ୍ପିଟାଲ ଏସସିବିରେ ପ୍ରାୟ 100 ଆହତଙ୍କ ଚିକିତ୍ସା ଜାରି ରହିଛି । ଆଜି ସକାଳୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରମୁଖ ଏସସିବିରେ ପହଞ୍ଚି ଆହତଙ୍କ ଚିକିତ୍ସା ନେଇ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ତଦାରଖ କରିଛନ୍ତି । ଏସସିବି ଅଧୀକ୍ଷକ ସୁଧାଶୁଂ ଶେଖର ମିଶ୍ର କହିଛନ୍ତି, ଏମରଜେନ୍ସି କ୍ଷମତା ଠାରୁ ଅଧିକ ଆହତ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଅନ୍ୟ ବିଭାଗରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ଏସସିବିରେ ଉପସ୍ଥିତ ରହିଛନ୍ତି ।  

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ବାଲେଶ୍ବର ବାହାନଗା ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ଯଶୋବନ୍ତପୁର-ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ପାର୍ଶ୍ବବର୍ତ୍ତୀ ଟ୍ରାକରେ ପଡିଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ଅପରେସନ ଆରମ୍ଭ କରାଯିବା ପରେ ପ୍ରଶାସନ ପହଞ୍ଚିଥିଲା । ରାତି ତମାମ ଓ ଆଜି ମଧ୍ୟ ରେସକ୍ୟୁ ଅପରେସନ ଜାରି ରହିଛି । ଏବେ ସୁଦ୍ଧା ମୋଟ 238 ଯାତ୍ରୀଙ୍କ ପ୍ରାଣହାନୀ ସୂଚନା ସରକାରୀ ଭାବେ ପ୍ରଦାନ କରାଯାଇଛି । ମୃତ୍ୟୁସଂଖ୍ୟା ଅଧିକ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି ।

ABOUT THE AUTHOR

...view details