Delhi Flood: ଦିଲ୍ଲୀରେ ସୁଧୁରୁଛି ସ୍ଥିତି, ଆରମ୍ଭ ହେଲା ଟ୍ରେନସେବା - ଯମୁନା ବନ୍ୟା
ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ସୁଧୁରିବାରେ ଲାଗିଛି ସ୍ଥିତି । ବନ୍ୟା ଜଳ ହ୍ରାସ ହେବା ପରେ ଧୀରେଧୀରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । କିଛି ଦିନର ବ୍ୟବଧାନ ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ଟ୍ରେନ୍ ସେବା । ପୁରୁଣା ବ୍ରିଜ ଓ ମୟୂର ବିହାର ରିଲିଫ କ୍ୟାମ୍ପର କିଛି ଡ୍ରୋନ ଭିଜୁଆଲ ସାମ୍ନାକୁ ଆସିଛି । ଏହି କ୍ୟାମ୍ପରେ ଆଶ୍ରୟୀଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ସେପଟେ ଯମୁନା ନଦୀ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ରାତି 11ଟା ସୁଦ୍ଧା ଜଳସ୍ତର 207.8ମିଟର ଥିବା ବେଳେ ଆଜି ଏହା 206.54ମିଟରକୁ ହ୍ରାସ ପାଇଛି । ଅନ୍ୟପଟେ ପୁଣି ଦିଲ୍ଲୀରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟା ପ୍ରଭାବିତ ପରିବାର ପିଛା 10 ହଜାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ।
ଏହା ବି ପଢନ୍ତୁ- Yamuna flood: AAP ସରକାରର ଅବହେଳା ଦର୍ଶାଇ ତଦନ୍ତ ଦାବି କଲା BJP