ଓଡିଶା

odisha

By

Published : Dec 18, 2022, 4:18 PM IST

Updated : Feb 3, 2023, 8:36 PM IST

ETV Bharat / videos

WATCH VIDEO: ମୋବାଇଲ ଚୋର ଉପରେ ତାଲିବାନୀ ସଜା, ମାଡ ମାରି ଟ୍ରେନରୁ ଫିଙ୍ଗିଲେ ଯାତ୍ରୀ

ଲକ୍ଷ୍ନୌ: ଅଯୋଧ୍ୟାରୁ ନୂଆଦିଲ୍ଲୀ ଯାଉଥିବା ଅଯୋଧ୍ୟା ଏକ୍ସପ୍ରେସ (୧୪୨୦୫)ରେ ଯୁବକ ଚୋର ଉପରେ ଜୁଲୁମ (Incident in Ayodhya Express) । ଯୁବକଟି ଜଣେ ମହିଳା ଯାତ୍ରୀଙ୍କ ମୋବାଇଲକୁ ଚୋରି କରି ଧରାପଡ଼ିଥିଲା । ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ଚୋରକୁ ନିସ୍ତୁକ ମାଡ଼ ମାରିଥିଲେ । ବିଧା, ଗୋଇଠା ମାରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ମାଡ଼ ମାରି ଦଣ୍ଡିତ କରିବା ପରେ ଆରମ୍ଭ କରିଦେଇଥିଲେ ତାଲିବାନୀ ସଜା (Passenger throws mobile thief from train) । ଯୁବକଟିକୁ ଚଳନ୍ତା ଟ୍ରେନରୁ ଯାତ୍ରୀମାନେ ଫିଙ୍ଗିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଶାହଜହାଁପୁର ତିଲହର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହାସହିତ ମାଡ଼ ମାରୁଥିବା ଯାତ୍ରୀକୁ ମଧ୍ୟ ଗିରଫ କରିଛି । ମାଡ଼ ମାରୁଥିବା ଯାତ୍ରୀ ଜଣକ ଗାଜିଆବାଦର ନନ୍ଦ ଗାଁର ଅଧିବାସୀ ନରେନ୍ଦ୍ର ଦୁବେ ବୋଲି ଜଣାପଡ଼ିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details