ଆସୁଛି ନୂଆବର୍ଷ ୨୦୨୪, କୁଲ୍ଲୁରେ ଜମିଲାଣି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼
Published : Dec 31, 2023, 6:36 AM IST
Tourists throng to Kullu:ସିମଲା: ଆସୁଛି ନୂଆବର୍ଷ ୨୦୨୪ । ନୂଆବର୍ଷକୁ ଧୁମଧାମର ସହିତ ସେଲିବ୍ରେଟ କରିବା ଲାଗି ବିଶ୍ବବାସୀଙ୍କ ମଧ୍ୟରେ ଉତ୍ସାହ । କେହି ନୂଆ ସ୍ଥାନକୁ ଗଲାଣି ତ ଆଉ କିଏ ଘରେ ପ୍ଲାନ କଲାଣି ନ୍ୟୁ ଇଅର ନାଇଟ୍ । ଏହାରି ଭିତରେ ହିମାଚଳ ପ୍ରଦେଶର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ କୁଲ୍ଲୁରେ ଜମିଲାଣି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ପାହାଡ଼ ତଳେ ବହିଯାଉଥିବା ଝରଣାରେ ବୋଟିଂ କରିବାଠାରୁ ଆରମ୍ଭ କରି ପାରାଗ୍ଲାଇଡିଁ ଭଳି ଦୁଃସାହସିକ କାର୍ଯ୍ୟର ଅନୁଭବ ନେବା ଲାଗି ବିଶେଷ କରି ଯୁବପିଢିଙ୍କ ହିମାଚଳପ୍ରଦେଶରେ ଭିଡ଼ ଜମିଲାଣି । ନୂଆ ବର୍ଷକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାରୁ ଧିରେ ଧିରେ କୁଲ୍ଲୁରେ ଜମିଲାଣି ଭିଡ଼ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ପର୍ଯ୍ୟଟକମାନେ ବିଭୋର ହୋଇଯାଇଥିବା କହିଛନ୍ତି । କିଛି କିଛି ପର୍ଯ୍ୟଟକ ପ୍ରଥମ ଥର ଲାଗି କୁଲ୍ଲୁ ଗସ୍ତ କରିଥିବା ବେଳେ ଏହାର ସୌନ୍ଦର୍ଯ୍ୟରେ ଆତ୍ମବିଭୋର ହୋଇପଡ଼ିଛନ୍ତି ।
ଏହା ବି ପଢନ୍ତୁ- କୁଲ୍ଲୁ-ମନାଲିରେ ପ୍ରବଳ ତୁଷାରପାତ, ଦେଖନ୍ତୁ ଭିଡିଓ...