ଓଡିଶା

odisha

Sunrise puri beach

ETV Bharat / videos

ଉଇଁଲା ନୂଆ ବର୍ଷର ସୂର୍ଯ୍ୟ, ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଭିଡ - ଉଇଁଲା ନୂଆ ବର୍ଷର ସୂର୍ଯ୍ୟ

By ETV Bharat Odisha Team

Published : Jan 1, 2024, 9:27 AM IST

Happy New Year 2024: ପୁରୀ:ବିଦାୟ ନେଇଛି ପୁରୁଣା ବର୍ଷ । ଉଇଁଛି ନୂଆ ବର୍ଷର ସୂର୍ଯ୍ୟ । ପୁରୀ ସମୁଦ୍ର କୂଳରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖି ନୂଆବର୍ଷକୁ ସ୍ବାଗତ କରିଛନ୍ତି ପର୍ଯ୍ୟଟକ । ଆଜି ଭୋର ସମୟରେ ପୁରୀ ବେଳାଭୂମୀକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ସମୁଦ୍ରରେ ସ୍ନାନ କରିଥିଲେ । ସୂର୍ଯ୍ୟ ଉଇଁବା ପରେ ପ୍ରଣାମ କରି ନୂଆ ବର୍ଷକୁ ସ୍ବାଗତ କରିଥିଲେ ପର୍ଯ୍ୟଟକ । ଏହାପରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।  ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ନୂଆ ବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । 

ଏହା ମଧ୍ୟ ପଢନ୍ତୁ- ସିଲଭରସିଟିରେ ଜମିଲା ଜିରୋ ନାଇଟ, ନୂଆ ବର୍ଷକୁ ସ୍ୱାଗତ କଲେ କଟକିଆ

ଏହା ମଧ୍ୟ ପଢନ୍ତୁ- ଆସିଛି ନୂଆବର୍ଷ, ଜିରୋ ନାଇଟରେ ଝୁମିଲେ ରାଉରକେଲାବାସୀ

ABOUT THE AUTHOR

...view details