ଗିର୍ଲିମାଳିରେ ଇକୋ ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ, ମନମୋହୁଛି ପରିବେଶ
Published : Nov 5, 2023, 3:35 PM IST
କୋରାପୁଟ:ପ୍ରକୃତି କୋଳରେ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ । ପାହାଡ ଫାଙ୍କରୁ ସୂର୍ଯ୍ୟକିରଣ ମନରେ ସତେଜତା ଭରି ଦିଏ । କୋରାପୁଟରର ସୁନ୍ଦରତା ସମସ୍ତଙ୍କୁ ଆନମନା କରିଥାଏ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ଅତିଥିପରାୟଣତାର ପରମ୍ପରାଗତ ପ୍ରକୃତିର ବିଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ । ନଭେମ୍ବର 1 ତାରିଖରେ କୋରାପୁଟର ଦେଓମାଳି ପର୍ବତର ଏକ ଅଂଶ ଭାବେ ପ୍ରକୃତିର କୋଳରେ ସୌନ୍ଦର୍ଯ୍ୟ ବାଣ୍ଟୁଥିବା ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟର ଶୁଭାରମ୍ଭ ହୋଇଛି । ଦେଓମାଳିର ପଡୋଶୀ ଭାବେ ଥିବା ଏହି ପର୍ବତ ଉପରେ ରାତିର ଥଣ୍ଡାରେ ଭିଜୁଥିବା ନିରବ ଅନ୍ଧକାର ଯେତିକି ମନାମତାଣିଆ, ସକାଳର କାକର ଭିଜା ପଥର ଉପରେ ବସି ଚାହା କପେ ପିଇବା ସେତିକି ଆନନ୍ଦ ଦାୟକ । ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ଭିଡ଼ ଧିରେ ଧିରେ ଆରମ୍ଭ ହୋଇଛି । ଦେଖନ୍ତୁ କୋରାପୁଟ ଦେଓମାଳି କୋଳରେ ଇକୋ ରିଟ୍ରିଟରେ ସେ ମନଲୋଭା ଦୃଶ୍ୟ ।
ଏହା ବି ପଢନ୍ତୁ...୪ ଜିଲ୍ଲାରେ ଇକୋ-ରିଟ୍ରିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, କୋରାପୁଟ