ଓଡିଶା

odisha

ମଇଁଷି ଆକ୍ରମଣରେ ଗଲା ବାଘର ଜୀବନ

ETV Bharat / videos

ମଇଁଷି ପଲ ଆକ୍ରମଣରେ ଗଲା ବାଘର ଜୀବନ - ଭାଇରାଲ ଭିଡିଓ

By

Published : Jul 22, 2023, 9:47 PM IST

ହାଇଦ୍ରାବାଦ:କୁହାଯାଏ, ବାଘ ସବୁଠୁ ଶକ୍ତିଶାଳୀ। ବାଘ ଆକ୍ରମଣରେ ମଣିଷଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀଙ୍କ ଜୀବନ ଯାଇଥିବାର ନଜିର ରହିଛି। ହେଲେ ମହାରାଷ୍ଟ୍ର ଓ ତେଲେଙ୍ଗାନା ବର୍ଡରର ଏପରି ଏକ ଘଟଣା ନଜରକୁ ଆସିଛି ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଚନ୍ଦ୍ରପୁର ଜିଲ୍ଲାରେ ମଇଁଷି ପଲଙ୍କ ଆକ୍ରମଣରେ ଏକ ବାଘର ଜୀବନ ଯାଇଛି। ସୂଚନା ଅନୁସାରେ, ଗତ କିଛି ଦିନ ଧରି ଏକ ବାଘ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିଲା। ଏହାସହ ଅନେକ ସମୟରେ ପଡିଆରେ ଚରୁଥିବା ଗାଇଁ ଗୋରୁଙ୍କୁ ମଧ୍ୟ ଆକ୍ରମଣ କରୁଥିଲା। ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିଲେ।

ସେହିପରି ଗୁରୁବାର ଦିନ ମହାରାଷ୍ଟ୍ର ଓ ତେଲେଙ୍ଗାନା ସୀମା ସ୍ଥିତ ବେମ୍ବଡା ଗାଁରେ ଥିବା ଏକ ପଡିଆରେ ଗାଈ ଓ ମଇଁଷିମାନେ ଚରୁଥିବା ସମୟରେ ସେମାନଙ୍କୁ ଆକ୍ରମଣ କରିଥିଲା ବାଘ। ହେଲେ ସେହି ସମୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ମଇଁଷିମାନେ ଭୟଭୀତ ହୋଇ ସେଠାରୁ ପଳାଇ ନଥିଲେ। ବରଂ ବାଘ ସହ ଲଢେଇ କରିବା ଆରମ୍ଭ କରି ଦେଇଥିଲେ। ଯାହାର ଭିଡିଓ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ମୋବାଇଲରେ କଏଦ କରିଥିଲେ। ତେବେ ମଇଁଷିମାନଙ୍କ ଆକ୍ରମଣରେ ବାଘଟି ଗୁରୁତର ହୋଇଥିଲା। ଖବର ପାଇ ବନବିଭାଗ ସେଠାରେ ପହଞ୍ଚି ବାଘକୁ ପଶୁ ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏହା ବି ପଢନ୍ତୁ...ଜଙ୍ଗଲୀ ମଇଁଷି ଆକ୍ରମଣ ୩ ମୃତ, ସୁଟ ଆଟ୍‌ ସାଇଟ୍‌ ଅର୍ଡର ଦେଲା ପ୍ରଶାସନ

ABOUT THE AUTHOR

...view details