ଓଡିଶା

odisha

ନୂଆପଡାରେ ଥମିବାର ନାଁ ନେଉନି ବାଘ ଆତଙ୍କ

ETV Bharat / videos

ବାଘ ଆତଙ୍କରେ ଛାନିଆ ନୂଆପଡ଼ାବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ

By ETV Bharat Odisha Team

Published : Nov 5, 2023, 6:53 AM IST

ନୂଆପଡା: ଜିଲ୍ଲାରେ ବାରମ୍ବାର କଲରାପତରିଆ ବାଘ ଆକ୍ରମଣ ଶିକାର ହୋଉଛନ୍ତି ଲୋକେ । ଆଜି(ଶନିବାର)  ପୁଣି 7ବର୍ଷର ଜଣେ ଶିଶୁକୁ ଆକ୍ରମଣ କରିଛି ବାଘ । ଏଭଳି ଜଣକ ପରେ ଜଣକଙ୍କ ଜୀବନ ଯାଉଥିବା ବେଳେ, ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ନିରବ ରହିଥିବା ଅଭିଯୋଗ କିଛନ୍ତି ସ୍ଥାନୀୟ ଲୋକେ  ।ଜିଲ୍ଲାରେ ଧରମବନ୍ଧା ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ କଲରାପତରିଆ ବାଘ ଆକ୍ରମଣ କରି ଚାଲିଛି । 

ସୂଚନା ଯୋଗ୍ୟ ଶନିବାର ସଂଧ୍ୟାରେ ପୁଣି ଆତଙ୍କ ରଚିଛି କଲରପତାରିଆ ବାଘ । ଧରମବନ୍ଧା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଦୋପାଲି ଗାଁର 7ବର୍ଷର ଶିଶୁ ନୀଳକଣ୍ଠ ବରିହା ଘର ସମ୍ମୁଖରେ ଖେଳୁଥିବା ବେଳେ,ବାଘ ଝାମ୍ପି ନେଇଯାଉଥିଲା । ସଙ୍ଗେସଙ୍ଗେ ଗାଁଲୋକ ଚିତ୍କାର କରି ବାଘକୁ ଘଉଡାଇବା ବେଳକୁ ଶିଶୁ ନୀଳକଣ୍ଠକୁ ଛାଡ଼ିଦେଇ ଚାଲିଯାଇଛି ବାଘ । ଶିଶୁର କାନ ଓ ଛାତିକୁ ବାଘ କ୍ଷତ କରିଛି । ଲହୁଲୁହାଣ ଅବସ୍ଥାରେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କରାଯାଇଛି । ସପ୍ତାହକ ମଧ୍ୟରେ 3 ଘଟଣା ଘଟାଇଲାଣି ବାଘ । ଗତ ଅକ୍ଟୋବର ମାସ 30 ତାରିଖରେ କଟିଙ୍ଗପାଣି ଗାଁର 8ବର୍ଷର ଶିଶୁ ଡମ୍ବୁ ଧରୁଆକୁ ବାଘ ଝାମ୍ପି  ନେଇ ଦେଇଥିଲା ।  ଏହାପରେ ଶୁକ୍ରବାର ସିଲିଆରିବାହାରା ଗାଁର ରାମେଶ୍ୱରୀ ମାଝୀଙ୍କୁ ବାଘ ଝାମ୍ପି ନେଇଥିଲା । ବର୍ତ୍ତମାନ ପୁନଃ ଜଣେ ନାବାଳକକୁ ବାଘ ଝାମ୍ପି ନେବାକୁ ଚେଷ୍ଟା କରିଛି । 

ଏହା ମଧ୍ୟ ପଢନ୍ତୁ....ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ସରଳ ନିରୀହ ଆଦିବାସୀମାନଙ୍କ ଜୀବନ ଯାଉଥିବା କାରଣରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ବାଘ ଆକ୍ରମଣରେ ସିଲିଆରିବାହାରା ଗାଁର ରାମେଶ୍ୱରୀ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରକୁ 10ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଚାକିରି ଦେବାକୁ  ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି । ସେହିଭଳି ବାଘ ମୁହଁରୁ ବର୍ତ୍ତି ଯାଇଥିବା ଗୁରୁତର ଶିଶୁ ନୀଳକଣ୍ଠ ବରିହାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହିତ ତୁରନ୍ତ ବାଘକୁ ଧରି ନନ୍ଦନକାନନ ଛାଡ଼ିବାକୁ ଦାବି କରିଛି ସଂଘ  ।

ଇଟିଭି ଭାରତ ,ନୂଆପଡା  

ABOUT THE AUTHOR

...view details