ନବରଙ୍ଗପୁରରେ କାଶ୍ମୀର ଭ୍ରମ, ଧଳା ଚାଦରରେ ଢାଙ୍କି ହେଲା ରାସ୍ତାଘାଟ - ନବରଙ୍ଗପୁରରେ କୁଆପଥର ବର୍ଷା
ନବରଙ୍ଗପୁର:ଜିଲ୍ଲାରେ କାଶ୍ମୀରର ଭ୍ରମ । ବୈଶାଖ ମାସରେ କୁଆ ପଥର ବର୍ଷାରେ ଧଳା ଚାଦରରେ ଢାଙ୍କି ହୋଇଛି ପୁରା ଅଞ୍ଚଳ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ସୀମାରେ ଗତକାଲି(ରବିବାର) ସନ୍ଧ୍ୟାରେ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ କୁଆ ପଥର ବର୍ଷା ହୋଇଥିଲା । ତେବେ ରାସ୍ତା ଉପରେ, ବିଲ ବାଡ଼ିରେ ପ୍ରାୟ ଛଅ ଇଞ୍ଚର କୁଆପଥର ଆସ୍ତରଣ ଜମି ଯାଇଥିଲା । କୁଆପଥରର ଆସ୍ତରଣରେ ରାସ୍ତାଘାଟ ପୁରା ଘୋଡାଇ ହୋଇଯାଇଥିଲା । ନବରଙ୍ଗପୁର ଜିଲ୍ଲାର ଏହି ଦୃଶ୍ୟ କାଶ୍ମୀରର ଭ୍ରମ ସୃଷ୍ଟି କରୁଛି । ଲୋକେ ଗ୍ରୀଷ୍ମ ଦାଉରୁ ରଖାପାଇଥିଲେ । ଆଉ ଏ ସୁନ୍ଦର ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ ।
ନବରଙ୍ଗପୁର ଜିଲ୍ଲାରେ ବିଗତ ଦୁଇ ଦିନ ହେଲା ପାଣିପାଗରେ ପରିବର୍ତ୍ତନ ହେବା ସହ ପାରଦ ତଳମୁହାଁ ହୋଇଛି । ଦୁଇ ଦିନ ତଳେ ସକାଳ ୪ଟା ଠାରୁ ପବନ ସହ ବିଜୁଳି ମାରିଲା ଅଳ୍ପ ପରିମାଣର ବର୍ଷା ଜିଲ୍ଲାରେ ହୋଇଥିଲା । ଏହାପରେ ରବିବାର ସନ୍ଧ୍ୟାରେ ନବରଙ୍ଗପୁର ସହରରେ ପ୍ରବଳ ବର୍ଷା ହୋଇଛି । ପାଗରେ ପରିବର୍ତ୍ତନ ଆସିବା ସହ ଗରମରୁ ନିସ୍ତାର ମିଳିଛି ।
ଇଟିଭି ଭାରତ, ନବରଙ୍ଗପୁର