Justice Instead of punishment: ସ୍ବାଗତ ଜଣାଇଲେ ଆଇନଜୀବୀ
କଟକ:ବ୍ରିଟିଶ ଅମଳରୁ ଲାଗୁ ହୋଇଥିବା IPC, CrPC ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ଉଚ୍ଛେଦ ହେବ । ଏନେଇ ଆଜି ଲୋକସଭାରେ 3ଟି ବିଲ ଆଗତ ହୋଇଛି। ଏହି 3ଟି ବିଲ୍ ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟାରେ ସୁଧାର ଆଣିବ ବୋଲି କୁହାଯାଉଛି। ତେବେ ବ୍ରିଟିଶ ଶାସନଠାରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ସଂସଦରେ ୩ଟି ବିଲ୍ ଆଗତ କରାଯାଇଛି।
ଏହା ବି ପଢନ୍ତୁ...Justice instead of Punishment: ଲୋକସଭାରେ ୩ ବିଲ୍ ଆଗତ, ଉଚ୍ଛେଦ ହେବ ବ୍ରିଟିଶ ଅମଳର ଆଇନ
ତେବେ ସରକାରଙ୍କ ଯୋଜନା ମୁତାବକ , ୧୮୬୦ ମସିହାଠାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯିବ । ଠିକ ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଲାଗୁ ହେବ। ଏହାସହ ଭାରତୀୟ ପ୍ରମାଣ ଆଇନ(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଲାଗୁ କରାଯିବ ବୋଲି କୁହାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଛନ୍ତି। ତେବେ ଏନେଇ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, "ଏହି ଆଇନ ପ୍ରଚଳନ ହେଲେ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଉଠିଯାଇଥିବା ଭରସା ପୁଣି ଥରେ ଫେରିଆସିବ।"
ଇଟିଭି ଭାରତ, କଟକ