Walking God: ସିଦ୍ଧେଶ୍ୱର ସ୍ୱାମୀଜୀଙ୍କ ଦେହାନ୍ତ, ଅନ୍ତିମ ଦର୍ଶନ ଲାଗି ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ - ଅନ୍ତିମ ଦର୍ଶନ
ବେଙ୍ଗାଲୁରୁ: ଭଗବାନଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ସିଦ୍ଧେଶ୍ବର ସ୍ବାମୀଜୀ (Siddeshwar Swamiji)ଙ୍କ ଅନ୍ତିମ ଦର୍ଶନ ଲାଗି ଜମିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । କର୍ଣ୍ଣାଟକ ବିଜୟାପୁର ଜ୍ଞାନଯୋଗ ଆଶ୍ରମର ସ୍ବାମୀଜୀଙ୍କ ଦେହାନ୍ତ ପରେ ତାଙ୍କ ପାର୍ଥୀବ ଶରୀରର ଦର୍ଶନ କରିବା ଲାଗି (final darshan of Seers mortal body)ଅନେକ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ । ସହରର ସୈନିକ ସ୍କୁଲ ଗ୍ରାଉଣ୍ଡରେ ସ୍ବାମୀଜୀଙ୍କ ପାର୍ଥୀବ ଶରୀର ରଖାଯାଇଥିଲା । କେବଳ କର୍ଣ୍ଣାଟକ ନୁହେଁ, ପଡୋଶୀ ରାଜ୍ୟର ଶ୍ରଦ୍ଧାଳୁ ମଧ୍ୟ ସ୍ବାମୀଜୀଙ୍କ ଦର୍ଶନ ଲାଗି ଆସିଥିବା ଜଣାପଡ଼ିଛି ।
Last Updated : Feb 3, 2023, 8:38 PM IST