ଓଡିଶା

odisha

Atiq Ahmed's son encounter

ETV Bharat / videos

ପୁଅ ପାଇଁ ଶ୍ରଦ୍ଧାଞ୍ଜଳି କହିଲେ ଉମେଶ ପାଲଙ୍କ ମା’, ଯୋଗୀଙ୍କୁ ଧନ୍ୟବାଦ ଦେଲେ ପତ୍ନୀ

By

Published : Apr 13, 2023, 6:14 PM IST

ଲକ୍ଷ୍ନୌ:‘‘ସେମାନେ ପୁଅକୁ ରାସ୍ତା ମଝିରେ ଗୁଳି କରି ହତ୍ୟା କରିିଥିଲେ । ଏଥିରେ ମୋ ପୁଅ ସହ 2 ପୋଲିସ ମଧ୍ୟ ପ୍ରାଣ ହରାଇଥିଲେ । ଏବେ ପୋଲିସ ସେମାନଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ଏହା ମୋ ପୁଅ ପାଇଁ ଶ୍ରଦ୍ଧାଞ୍ଜଳି ।’’ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଓ ତାର ସହଯୋଗୀ ସୁଟର ପୋଲିସ ଏନକାଉଣ୍ଟରେ ନିପାତ ହେବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଅତିକ ଗ୍ୟାଙ୍ଗ ଦ୍ବାରା ହତ୍ୟାର ଶିକାର ହୋଇଥିଲା ଉମେଶ ପାଲଙ୍କ ମା’ । ଆଜି ଅପରାହ୍ନରେ ଏକ ପ୍ରେସମିଟ୍‌ ଜରିଆରେ ଉମେଶଙ୍କ ମା’ ଶାନ୍ତି ଦେବୀ ଓ ପତ୍ନୀ ଏହି ଏନକାଉଣ୍ଟରକୁ ସ୍ବାଗତ କରିବା ସହ ରାଜ୍ୟ ପୋଲିସ ବାହିନୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଫେବୃଆରୀ ମାସରେ 2005 ମସିହାର ବହୁଚର୍ଚ୍ଚିତ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିବା ଆଇନଜୀବୀ ଉମେଶ ପାଲଙ୍କୁ ଗାଡିରେ ପିଛା କରି, ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ଆଜି ଏନକାଉଣ୍ଟରରେ ସଫା ହୋଇଥିବା ଅତିକର ପୁଅ ଅସଦ ଓ ତାର ସହଯୋଗୀ ଗୁଲାମ ସାମିଲ ଥିଲେ । ଘଟଣା ପରଠାରୁ ଫେରାର ଥିବା ଏହି ଦୁଇ ଜଣଙ୍କ ମୁଣ୍ଡରେ 5 ଲକ୍ଷ ଟଙ୍କାର ଇନାମୀ ଅଭିଯୁକ୍ତଙ୍କୁ ଆଜି ମଧ୍ୟାହ୍ନରେ ଝାନ୍ସି ନିକଟରେ ଏନକାଉଣ୍ଟରରେ ନିପାତ କରିଛି ଉତ୍ତର ପ୍ରଦେଶ ଏସଟିଏଫ ।  

ABOUT THE AUTHOR

...view details