ୱାଣ୍ଡର ଇ-ବାଇକ, 8 ଟଙ୍କାରେ ଗଡିବ 30 କିମି - ଯୁବକ କରିଛନ୍ତି ବାଇକର ଉଦ୍ଭାବନ
Published : Dec 8, 2023, 5:17 PM IST
|Updated : Dec 8, 2023, 5:55 PM IST
ଦିଶପୁର : ମାତ୍ର 8 ଟଙ୍କାରେ ଅତିକ୍ରମ କରିପାରିବ 30 କିଲୋମିଟର । ତେଜପୁର ସହର ରାସ୍ତାରେ ଗଢୁଛି ଏକ ଅଦ୍ଭୁତ ବାଇକ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଫୁଲ ଚାର୍ଜ ହେବା ପାଇଁ ନେଉଛି ମାତ୍ର 5 ଘଣ୍ଟାର ସମୟ । ବାଇକର ଉଦ୍ଭାବକ କୌଣସି ବଡ଼ କମ୍ପାନୀ ନୁହେଁ ବରଂ ସେହି ଆଞ୍ଚଳର ଜଣେ ଯୁବକ । ଆଗକୁ ଇ-କାରର ନିର୍ମାଣର ଯୋଜନା ରଖିଛନ୍ତି ।
ତେଜପୁର ସହରର ବରିକସୁବୁରୀ ଅଞ୍ଚଳର ମୁସକୁଲ୍ ଖାନ ନାମକ ଯୁବକ ଏକ ଅଦ୍ଭୁତ ବାଇକର ଉଦ୍ଭାବନ କରିଛନ୍ତି । ଏହା ସ୍ବୟଂ ଅଭିନବ ଶକ୍ତିରେ ପରିଚାଳିତ ହେଉଥିବାରୁ ୟାର ନାମ ’ୱାଣ୍ଡର ବାଇକ’ ରଖାଯାଇଛି । ତେବେ ଏହି ୱାଣ୍ଡର ବାଇକ 80 - 100 କିଲୋର ଓଜନ ସହିତ 30 କିଲୋମିଟର ପର୍ଯ୍ଯନ୍ତ ଯାଇପାରିବ । ଏହି ବାଇକରେ ଏନର୍ଜି ସଂରକ୍ଷଣ ପାଇଁ ବ୍ୟାଟେରୀ ରହିଛି । ତେବେ ଏହି ବ୍ୟାଟେରୀ ଫୁଲ ଚାର୍ଜ ହେବା ପାଇଁ 5 ଘଣ୍ଟାର ସମୟ ନେଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ....ହାଇପରଥର୍ମିଆ କଣ ? ଶରୀରର ତାପମାତ୍ରା ହଠାତ୍ ବୃଦ୍ଧି ହେଲେ କଣ କରିବେ ଜାଣନ୍ତୁ
ବାଇକ୍ର ନିର୍ମାତା ମୁସକୁଲ୍ 2020 ମସିହା କୋଭିଡ ସମୟରେ ଘରେ ରହିଥିବା ବେଳେ ତାଙ୍କ ବୈଜ୍ଞାନିକ ଚିନ୍ତା ତାଙ୍କୁ କିଛି ନୂତନ ଉଦ୍ଭାବନର ପ୍ରେରଣା ଦେଇଥିଲା । ସେ କୋଭିଡ ସମୟରେ ଘରେ ଥିବା ବେଳେ ଏକ ଇ- ସାଇକେଲର ନିର୍ମାଣ କରିଥିଲା । ଆଉ ସେଠୁ ପ୍ରେରଣା ନେଇ ସେ ଏହି ଇ- ବାଇକର ନିର୍ମାଣ କରିଛନ୍ତି । ତେବେ ସେ ଆଗକୁ ଇ-କାରର ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଏସବୁ ପାଇଁ ତାଙ୍କ ବାପା ସମ୍ପୂର୍ଣ୍ଣ ରୂପେ ସାହାର୍ଯ୍ୟ କରୁଥିବା ସେ କହିଛନ୍ତି । ତେବେ ତାଙ୍କ ଉଦ୍ଭାବନର ବ୍ୟାବହାର ଯେତିକି ସହଜ ଦେଖିବାକୁ ସେତିକି ଅଦ୍ଭୁତ ତଥା ଆକର୍ଷଣୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ