35 ହଜାର ଫୁଟ ଉଚ୍ଚରେ ଝଗଡା: ବିମାନ ଯାତ୍ରୀଙ୍କୁ ସାବାଡ କଲେ କ୍ୟାବିନ କ୍ରୁ
ହାଇଦ୍ରାବାଦ: ତୁର୍କୀ ରାଜଧାନୀ ଇସ୍ତାନବୁଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ କ୍ୟାବିନ କ୍ରୁଙ୍କୁ ଅସଦାଚାରଣ କଲେ ଯାତ୍ରୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଡିସେମ୍ବର 16 ବିମାନରେ ହୋଇଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ଯାତ୍ରୀ କ୍ୟାବିନ କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରି ଗଣ୍ଡଗୋଳ କରିଥିଲେ । ଏଥିସହିତ କ୍ୟାବିନ କ୍ରୁ ତାଙ୍କର ସରଭ୍ୟାଣ୍ଟ (ଚାକର) ବୋଲି କହିଥିବା ଦେଖିବାକୁ ମିଳିଛି । ଏନେଇ ଘଟଣା ବିଷୟରେ ଜାଣିବା ପରେ DGCA ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।
Last Updated : Feb 3, 2023, 8:36 PM IST