ଓଡିଶା

odisha

ETV Bharat / videos

T20 World Cup : ସେମିଫାଇନାଲ ପାଇଁ ଆଡିଲେଡରେ ପହଁଞ୍ଚିଲା ଟିମ ଇଣ୍ଡିଆ

By

Published : Nov 7, 2022, 5:29 PM IST

Updated : Feb 3, 2023, 8:31 PM IST

ଆଡିଲେଡ : ଆଡିଲେଡରେ ପହଁଞ୍ଚିଲା ଟିମ୍ ଇଣ୍ଡିଆ । ନଭେମ୍ବର ୧୦ ତାରିଖରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ । ଏହି ମ୍ୟାଚରେ ଆଡିଲେଡରେ ଇଂଲଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ ପାଇଁ ଇଂଲିସ୍ ଟିମ୍ ବିପକ୍ଷରେ ମେନ୍ ଇନ୍ ବ୍ଲୁ ସ୍ବତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବ । ୨୦୧୩ ମସିହାରେ ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ଚମ୍ପିଆନ୍ସ ଟ୍ରଫି ହାତେଇଥିବା ବେଳେ ୨୦୨୨ରେ ଆଇସିସି T20 ବିଶ୍ବକପ ଜିତିବା ଲକ୍ଷ୍ୟ ରଖିଛି ଭାରତ । ସୁପର ୧୨ ପର୍ଯ୍ୟାୟର ଶୀର୍ଷ ୪ଟି ଦଳ ସେମିଫାଇନାଲ ପାଇଁ ଫୁଲ ଦମରେ ପ୍ରସ୍ତୁତ ରହିଛନ୍ତି । ଗୃପ ୨ରୁ ଭାରତ ଓ ପାକିସ୍ତାନ ସେମିଫାଇନାଲ ଟିକଟ୍ ହାତେଇଥିଲେ । ଗୃପ ୧ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ନଭେମ୍ବର ୯ ତାରିଖରେ ସିଡନୀରେ ପ୍ରଥମ ସେମିଫାଇନାଲ ଖେଳାଯିବ । ଏହି ମ୍ୟାଚରେ ପାକିସ୍ତାନକୁ ଭେଟିବ ନ୍ୟୁଜିଲାଣ୍ଡ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details