ଓଡିଶା

odisha

team india palying volleyball

ETV Bharat / videos

Watch: ବାର୍ବାଡସ୍‌ରେ ଟିମ୍‌ ଇଣ୍ଡିଆ, ବିଚ୍‌ରେ ଖେଳିଲେ ଭଲିବଲ

By

Published : Jul 4, 2023, 7:17 AM IST

ନୂଆଦିଲ୍ଲୀ: ଆସନ୍ତା 12 ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟେଷ୍ଟ ଶୃଙ୍ଖଳା ଆରମ୍ଭ କରିବ । ଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ, ଦିନିକିଆ ଓ ଟି-ଟ୍ବେଣ୍ଟି କ୍ରିକେଟ ସିରିଜ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କିରଛି । ଭାରତୀୟ ଟିମ ୱେଷ୍ଟଇଣ୍ଡିଜରେ ପହଞ୍ଚି ସାରିଛି । ବାର୍ବାଡସରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ଏକାଠୀ ହୋଇଛନ୍ତି । ନେଟ ଓ ରୁଟିନ ଅଭ୍ୟାସରୁ ବିରତି ନେଇ ଭାରତୀୟ ଦଳ ସମୁଦ୍ର ବେଳାଭୂମିରେ ଭଲିବଲ ଖେଳି ସମୟ କାଟିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଜଳବାୟୀ ସହ ଖାପ ଖୁଆଇବାକୁ ଭାରତୀୟ ଦଳ ଏହି ପ୍ରୟାସ କରିଛି । ବିସିସିଆଇ ଅଫିସିଆଲ ଟ୍ବିଟର ପକ୍ଷରୁ ଭାରତୀୟ ଦଳ ସମୁଦ୍ର ବେଳାଭୂମିରେ ଭଲିବଲ ଖେଳୁଥିବାର ଏକ ଭିଡିଓ ସେୟାର କରାଯାଇଛି । ଦଳର ସମସ୍ତ ଖେଳାଳି ଭଲିଭଲ ଖେଳୁଥିବା ବେଳେ ଇଶାନ କିଷନ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ବିଶ୍ବ ଟେଷ୍ଟ ଚମ୍ପିଆନସିପରର ପରାଜୟକୁ ଭୁଲି ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଦେଖନ୍ତୁ ଭାରତୀୟ ଦଳ ବେଳାଭୂମିରେ ଭଲିବଲ ଖେଳୁଥିବା ବେଳର ଭିଡିଓ...

ABOUT THE AUTHOR

...view details