ତାତିଲେ ଶିକ୍ଷକ, ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା - angul teacher union strike
🎬 Watch Now: Feature Video
ଅନୁଗୋଳ: ପୁଣି ସରକାରଙ୍କ ବିରୋଧରେ ତାତିଲେ ଶିକ୍ଷକ । ବିଭିନ୍ନ ଦାବି ନେଇ ଗତକାଲି(ବୁଧବାର) ପୁଣି ବିଭିନ୍ନ ଦାବି ଦୋହରାଇଛନ୍ତି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ । ସଙ୍ଘ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଛି ପ୍ରତିବାଦ । ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ୧୪ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନିକିଆ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା । ଏହି ଅବସରରେ ଅନୁଗୋଳ ଜିଲ୍ଲାରେ ମଧ୍ୟ ଶିକ୍ଷକ ମାନଙ୍କ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଓଷ୍ଟା ଜିଲା ସଭାପତି ଭାସ୍କର ସାହୁଙ୍କ ନେତୃତ୍ବରେ ୧୦୦ ସ୍କୁଲରୁ ପ୍ରାୟ ୪ଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିଥିଲା । ସରକାର ସେମାନଙ୍କ ଦାବି ପୂରଣ କରୁ ନଥିବାରୁ ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ସାରା ରାଜ୍ୟର ହଜାର ହଜାର ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ:ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାର ! ରାଜରାସ୍ତାକୁ ଓହ୍ଲାଇଲା ଶିକ୍ଷକ ସଂଘ
ଇଟିଭି ଭାରତ, ଅନୁଗୋଳ