ଓଡିଶା

odisha

annual Lord Ganesh procession Krishnagiri

ETV Bharat / videos

Watch: ତାମିଲନାଡୁରେ ପାରମ୍ପରିକ ବାଦ୍ୟ ତାଳେ ତାଳେ ବିଘ୍ନରାଜଙ୍କୁ ବିଦାୟ - ପାରମ୍ପରିକ ବାଜା ତାଳେ ତାଳେ ବିଘ୍ନରାଜଙ୍କୁ ବିଦାୟ

By ETV Bharat Odisha Team

Published : Sep 24, 2023, 10:21 PM IST

ଚେନ୍ନାଇ: ବିଦାୟ ନେଉଛନ୍ତି ବିଘ୍ନରାଜ, ବିଦ୍ୟାଦାତା, ବିଘ୍ନହର୍ତା, ଲମ୍ବୋଦର ବିନାୟକ ପ୍ରଭୁ ଶ୍ରୀଗଣେଶ । ପୂଜା ପରେ ଏବେ ସାରା ଦେଶରୁ ଏହି ଦୃଶ୍ୟ ଆସୁଛି । ତେବେ ତାମଲନାଡୁର କ୍ରୀଷ୍ଣାନଗରୀ ସହରରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ବିଦ୍ୟାଦାତାଙ୍କୁ ଦିଆଯାଇଛି ବିଦାୟ । ରବିବାର ଏକ ଶୋଭାଯାତ୍ରାରେ ସହରର ସମସ୍ତ ଗଣେଶ ମୂର୍ତ୍ତି ବାହାରିବା ପରେ ରବିବାର ମୂର୍ତ୍ତି ବିସର୍ଜନ କରାଯାଇଛି । ବୁଧବାର ସାରା ଜିଲ୍ଲାରେ ପ୍ରାୟ 2000 ଗଣେଶ ମୂର୍ତ୍ତି ପୂଜା ପାଇଥିଲେ । ଏହି ମୂର୍ତ୍ତିକୁ ଅସ୍ଥାୟୀ ପୋଖରୀ ଓ ଅନ୍ୟ ଜଳାଶୟରେ ବିସର୍ଜନ କରାଯାଇଛି । ଏହି ଭସାଣ ଉତ୍ସବ ଲାଗି 1200 ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ । ପାରମ୍ପରିକ ନାଚଗୀତ ସହିତ ବିଘ୍ନରାଜଙ୍କୁ ଜିଲ୍ଲାବାସୀ ବିଦାୟ ଦେଇଛନ୍ତି । ଏହି ଅବସରରେ କିଛି ମହିଳା ଦେବୀଙ୍କ ବେଶ ଧାରଣ କରି ନୃତ୍ୟ ପରିବେଷଣ ମଧ୍ୟ କରିଥିଲେ । ଏହାରି ସହିତ ରାଜ୍ୟରେ ଚଳିତ ବର୍ଷର ଗଣେଶ ପୂଜା ଶେଷ ହୋଇଛି । 

ଏହା ବି ଦେଖନ୍ତୁ- ଜମୁଛି ଗଣେଶ ପୂଜା: ମନମୋହୁଛି ବଡଗଣେଶ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଛନ୍ତି ରାଜଧାନୀବାସୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details