ଓଡିଶା

odisha

ସିଂହଦ୍ବାରରେ ପହଞ୍ଚିଲା ତାଳଧ୍ବଜ

ETV Bharat / videos

Bahuda Yatra 2023: ସିଂହଦ୍ବାରରେ ପହଞ୍ଚିଲା ତାଳଧ୍ବଜ - Taladhwaja chariot reached in singhdwara

By

Published : Jun 28, 2023, 5:00 PM IST

ପୁରୀ:ପବିତ୍ର ବାହୁଡ଼ା ଯାତ୍ରାରେ କମ୍ପୁଛି ବଡଦାଣ୍ଡ । ତିନି ଠାକୁରଙ୍କ ନୀତି ଆଜି ଅପେକ୍ଷାକୃତ ଶୀଘ୍ର କରାଯାଇଛି । ଘଣ୍ଟଘଣ୍ଟା, ଶଙ୍ଖ ଓ ହୁଳହୁଳି ନାଦରେ କମ୍ପି ଉଠୁଛି ବଡ଼ଦାଣ୍ଡ। ସିଂହ ଦ୍ବାରରେ ଲାଗିଛି ପ୍ରଭୁ ଶ୍ରୀ ବଲଭଦ୍ରଙ୍କ ତାଳଧ୍ବଜ ରଥ। ପଛକୁ ପଛ ଆସୁଛନ୍ତି ଭଉଣୀ ସୁଭଦ୍ରା ଓ ଭାଇ ଶ୍ରୀ ଜଗନ୍ନାଥ। ରଥ ଦାଣ୍ଡ ପାଲଟିଛି ଜନ ସମୁଦ୍ର। ଭକ୍ତଙ୍କ ସମାଗମରେ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତିମୟ। ଅପରପକ୍ଷେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ପ୍ରବଳ ଗହଳି ଥିବାରୁ ଖରା କାରଣରୁ ଯେଭଳି କାହାର ସ୍ବାସ୍ଥ୍ୟବସ୍ଥା ବିଗିଡି ନଯାଉ ସେଥିପାଇଁ ଲଗାତର ପାଣି ସିଞ୍ଚନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାସହ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି। ସୁରୁଖୁରରେ ରଥ ଟଣା ଚାଲିଥିବାବେଳେ ସିଂହଦ୍ବାରରେ ଲାଗିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ। ତେବେ ଚଳିତ ବର୍ଷ ସମସ୍ତ ନୀତିକାନ୍ତି ଏବଂ ରଥଟଣା କାର୍ଯ୍ୟ ସଅଳ କରାଯାଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details