ଓଡିଶା

odisha

ବୁଦ୍ଧ ମନ୍ଦିର ତୋରଣରେ ପୂଜା ପାଉଛନ୍ତି ମା'

ETV Bharat / videos

ତାଇୱାନ୍‌ର ବୁଦ୍ଧ ମନ୍ଦିର ତୋରଣରେ ପୂଜା ପାଉଛନ୍ତି ମା'

By ETV Bharat Odisha Team

Published : Oct 23, 2023, 9:48 PM IST


ଭୁବନେଶ୍ବର:ରସୁଲଗଡ ଦୁର୍ଗାପୂଜା ମଣ୍ଡପରେ ତାଇୱାନ୍‌ର ବୁଦ୍ଧ ମନ୍ଦିରରେ ପୂଜା ପାଉଛନ୍ତି ମା'। ଏହି ତୋରଣ ପ୍ରାୟ ୬୫ ଫୁଟ୍‌ ଉଚ୍ଚତା ଓ ୧୨୦ ଫୁଟ୍‌ ଚଉଡ଼ା ବିଶିଷ୍ଟ କରାଯାଇଛି । ତାଇୱାନ ବୁଦ୍ଧ ମନ୍ଦିରର ଡ୍ରାଗନ୍‌ ଓ ଅନ୍ୟାନ୍ୟ ଭୟଙ୍କର ଜୀବଜନ୍ତୁଙ୍କ ସହ ପ୍ରତିମୂର୍ତ୍ତି ପୂଜା ଦେଖଣାହାରୀଙ୍କ ମନ କିଣୁଛି ।  ସମଗ୍ର ଜୀବଜଗତ କିଭଳି ପ୍ରଭୁଙ୍କ ସରଣରେ ରହିଥାନ୍ତି ସେହି ବାର୍ତ୍ତା ଏହି ତୋରଣ ମାଧ୍ୟମରେ ଦର୍ଶାଯାଇଛି । ୧୯୯୩ ମହିହାରେ ରସୁଲଗଡ଼ ଅଞ୍ଚଳର ଆରମ୍ଭ ହୋଇଥିଲା ମା’ ଦୁର୍ଗାଙ୍କ ପୂଜା। ସବୁଥର ପରି ଏଥର ନିଆରା ଥିମକୁ ନେଇ ତାଇୱାନର ବୁଦ୍ଧ ମନ୍ଦିର କରାଯାଇଛି । 

ଏହା ବି ପଢନ୍ତୁ...ତୋରଣରେ 'ୱେଲକମ୍‌ କୋଲକାତା' ସହ ଦ୍ୱାରିକା ନଗରୀର ଭଗ୍ନାବଶେଷ

ଏହି ତୋରଣ ନିର୍ମାଣରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଇନାହିଁ । ପୂଜା ମଣ୍ଡପକୁ ରଙ୍ଗୀନ ଆଲୋକମାଳାରେ ସଜାଇବା ପାଇଁ ଏଥିର ମଡର୍ଣ୍ଣ ଥିମ୍‌ରେ ଲାଇଟ୍‌ ପ୍ରସ୍ତୁତ ହୋଇଛି। ଦର୍ଶନ ସହ ତୋରଣ ଦେଖିବାକୁ ପ୍ରବଳ ଜନ ଗହଳି ମଧ୍ୟରେ ସୁରକ୍ଷାକୁ ଧ୍ୟାନ ଦେଇ ୫୦ଟି ସିସିଟିଭିର ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୦୦ ଜଣ ସଦସ୍ୟଙ୍କ ସମେତ ୫୦ ଜଣ ସୁରକ୍ଷା କର୍ମୀ ଏବଂ କମିଶନରେଟ୍‌ ପୋଲିସଙ୍କ ସହାୟତାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି। ମନୋରଂଜନ ପାଇଁ ଷଷ୍ଠୀ ଠାରୁ ୫ଦିନ ଧରି ଭଜନ ସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ରଖାଯାଇଛି। ପୂଜାମଣ୍ଡପ ବାହାରେ ମୀନାବଜାର ସହ ରାମଦୋଳି ମୁଖ୍ୟ ଆକର୍ଷଣ ପାଲଟିଛି। 



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details