ଓଡିଶା

odisha

ଇନ୍ଦୋରରୁ ପୁରୀ ସାଇକେଲ ଯାତ୍ରା

ETV Bharat / videos

ଇନ୍ଦୋରରୁ ପୁରୀ ସାଇକେଲ ଯାତ୍ରା, ଲୋକଙ୍କୁ ସଚେତନ କରିବାକୁ ସୁରେଶଙ୍କ ଭିନ୍ନ ପ୍ରୟାସ - ଲୋକଙ୍କୁ ସଚେତନ କରିବାକୁ ସୁରେଶଙ୍କ ପ୍ରୟାସ

By ETV Bharat Odisha Team

Published : Oct 30, 2023, 1:24 PM IST

ବୌଦ୍ଧ:ମଧ୍ୟପ୍ରଦେଶର ଇନ୍ଦୋର ଅଞ୍ଚଳର ସୁରେଶ ଚୌହାନଙ୍କ ନିଆରା ପ୍ରୟାସ । ବିଶ୍ବରେ ଯୁଦ୍ଧର ଭୟବହତା, କନ୍ୟା ସନ୍ତାନ ସୁରକ୍ଷା ଓ ପରିବେଶ ସୁରକ୍ଷା ଭଳି ବାର୍ତ୍ତା ନେଇ ସାଇକେଲରେ ଯାତ୍ରା କରି ଲୋକଙ୍କୁ ସଚେତନ କରାଉଛନ୍ତି ସୁରେଶ ଚୌହାନ । ଏହି ସଚେତନତା ବାର୍ତ୍ତା ନେଇ ସାଇକେଲ ଯୋଗେ ମଧ୍ୟପ୍ରଦେଶରୁ ଓଡିଶାରେ ପହଞ୍ଚିଛନ୍ତି ସୁରେଶ । ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯୁଦ୍ଧ ବନ୍ଦ ପ୍ରାର୍ଥନା କରିବା ଲାଗି ସେ ଓଡ଼ିଶା ଆସିଥିବା କହିଛନ୍ତି । 

ତେବେ ଦୀର୍ଘ 20 ବର୍ଷ ହେଲା ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାଇକେଲରେ ରାଜ୍ୟରୁ ରାଜ୍ୟ ବୁଲି ବାର୍ତ୍ତା ପହଞ୍ଚାଉଛନ୍ତି । ଚଳିତ ବର୍ଷ ସୁରେଶ ଏକ ମହତ ଉଦ୍ଦେଶ୍ୟ ରଖି ଏହି ସାଇକେଲ ଯାତ୍ରାରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି । ତେବେ ସେ ବୌଦ୍ଧରେ ପହଞ୍ଚିଥିବା ବେଳେ ନିଜ ସାଇକେଲ ଯାତ୍ରାକୁ ନେଇ ଈଟିଭି ଭାରତକୁ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସାଇକେଲରେ 550 କିମି ଯାତ୍ରା କରି ଉମଲିଙ୍ଗ ଲା’ ପହଞ୍ଚିଲେ ସମ୍ବଲପୁର ଡିଏଫଓ, ଦେଲେ ଜଙ୍ଗଲ ସୁରକ୍ଷା ବାର୍ତ୍ତା

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଇନ୍ଦୋରଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଲମ୍ବିଥିବା ପୁରୁଣା ଜଗନ୍ନାଥ ସଡ଼କ ବା ତୀର୍ଥଯାତ୍ରୀ ସଡକଟି ସପ୍ତଦଶ ଶତାବ୍ଦୀରେ ଇନ୍ଦୋରର ମହାରାଣୀ ଅହଲ୍ୟା ବାଇ ହୋଲକରଙ୍କ ଦ୍ବାରା ନିର୍ମାଣ ହୋଇଥିବା ଇତିହାସରୁ ସୂଚନା ମିଳେ । କାରଣ ମହାରାଣୀ ଅହଲ୍ୟା ବାଇ ପରମ ଶ୍ରୀଜଗନ୍ନାଥ ଭକ୍ତ ଥିଲେ । ମଧ୍ୟ ପ୍ରଦେଶରୁ ଓଡ଼ିଶାର ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ପୁରୀ ରାଜ୍ୟ ଦେଇ ଏହି ପ୍ରାଚୀନ ଜଗନ୍ନାଥ ସଡ଼କର ନିର୍ମାଣ ହୋଇଥିଲା । ଆଜି ମଧ୍ୟ ବୌଦ୍ଧ ଜିଲ୍ଲାର ମନମୁଣ୍ଡାଠାରୁ ବୌଦ୍ଧ ସହର ଦେଇ ଧଳପୁର, ହରଭଙ୍ଗା,ମାରଡା ପର୍ଯ୍ୟନ୍ତ ରାସ୍ତାକୁ ପୁରୁଣା ଜଗନ୍ନାଥ ସଡ଼କ କୁହାଯାଇଥାଏ ।
ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details