ଓଡିଶା

odisha

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣିମା ଶୁଭେଚ୍ଛା

ETV Bharat / videos

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By ETV Bharat Odisha Team

Published : Nov 26, 2023, 9:15 PM IST

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁ ଙ୍କ ପ୍ରତିକୃତି ତିଆରି କରି ପ୍ରତେକ ଓଡିଆ ଙ୍କୁ କାର୍ତ୍ତିକ ପୂର୍ଣିମାର ଶୁଭେଚ୍ଛା ଦେଇଛନ୍ତି । ଏହି ବାଲୁକା ଚିତ୍ରକଳା ରେ 5 ହଜାର ଫୁଲକୁ ଅତି ଆକର୍ଷଣୀୟ ଭାବେ ସଜା ଯାଇଛି । ପୁରୀ ବେଳାଭୂମିର ନୀଳାଦ୍ରି ବିଚରେ ଏହି ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କାର୍ତ୍ତିକ ପୂର୍ଣ୍ଣିମାରେ ଅତୀତରେ ଓଡିଆ ସାଧବ ପୁଅ ମାନେ ବାଣିଜ୍ୟ ନିମନ୍ତେ ବୋଇତ ଦ୍ବାରା ଜାଭା, ବାଲି, ସୁମାତ୍ରା ଆଦି ବିଦେଶକୁ ଯାତ୍ରା କରୁଥିଲେ । 

ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ

ତାଙ୍କରି ସ୍ମୃତିରେ ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଓଡିଆ ମାନେ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସାଇ ସେହି ସମୃଦ୍ଧ ପରମ୍ପରାକୁ ମନେ ପକାଇ ଥାଆନ୍ତି । ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଧାର୍ମିକ ଦୃଷ୍ଟି କୋଣରୁ ବୋଇତ ଭସାଇ ମାସକ ଧର୍ମ ରଖିବା ନେଇ ପ୍ରାର୍ଥନା କରି ପ୍ରତ୍ୟେକ ଶ୍ରଦ୍ଧାଳୁ ପୁଷ୍କରିଣୀ, ଜଳାଶୟରେ ବୋଇତ ଭସାଇବାର ପରମ୍ପରା ରହିଛି  । ଏହାକୁ ଲକ୍ଷ୍ୟ କରି କଟକର ବାଲିଯାତ୍ରା ଭଳି ବଡ ମହୋତ୍ସବ ପାଳନ କରାଯାଉଛି । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details