ଓଡିଶା

odisha

gandhi jayanti

ETV Bharat / videos

ରାତି ପାହିଲେ ଗାନ୍ଧୀ ଜୟନ୍ତୀ, ବଡ଼ଦାଣ୍ଡରେ ଚାଲିଲେ ୧୫୪ ଗାନ୍ଧୀ ବେଶଧାରୀ - ପୁରୀରେ ଗାନ୍ଧୀ ଜୟନ୍ତୀ ପାଳିତ

By ETV Bharat Odisha Team

Published : Oct 1, 2023, 6:24 PM IST

ପୁରୀ:ସୋମବାର ଜାତିର ଜନକ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜୟନ୍ତୀ ।  ବ୍ରିଟିଶ କବଳରୁ ଦେଶକୁ ମୁକୁଳାଇବା ପାଇଁ ହୋଇଥିବା ସତ୍ୟାଗ୍ରହ ସଂଗ୍ରାମର ସେନାପତି, ସତ୍ୟ ଅହିଂସାର ପଥ ପ୍ରଦର୍ଶକ ବାପୁଙ୍କ 154 ତମ ଜନ୍ମଜୟନ୍ତୀ ପାଳିବ ପୁରା ବିଶ୍ବ । ଗୋଟିଏ ଦିନ ପୂର୍ବରୁ ପୁରୀରେ ପାଳନ ହୋଇଛି ଗାନ୍ଧୀ ଜୟନ୍ତୀ । ମହାତ୍ମା ଗାନ୍ଧୀ ଙ୍କ୧୫୪ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ସହ ‘ସ୍ଵଚ୍ଛତା ଓ ଅହିଂସା’ର ବାର୍ତ୍ତା ଦିଆଯାଇଛି । ସ୍ବଚ୍ଛତାର ଆହ୍ବାନ ଦେଇ ଆସୁଥିଲେ ମହାତ୍ମା ଗାନ୍ଧୀ । ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ସଚେତନ କରିବା ଉଦ୍ଦେଶ୍ୟରେ ‘ଆମେ ଶ୍ରୀକ୍ଷେତ୍ରବାସୀ’ ପକ୍ଷରୁ ଶ୍ରୀ ମନ୍ଦିର ସିଂହଦ୍ଵାରରୁ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲି ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଏଥିରେ କିଛି ବ୍ୟକ୍ତି ଓ ଛୋଟ ଛୋଟ ପିଲା ମାନେ ଗାନ୍ଧୀ ବେଶରେ ଯାତ୍ରା କରିଥିଲେ । ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ପୂର୍ବତନ ପୋଲିସ ପ୍ରଶାସକ ଯୋଗେଶ୍ବର ମହାପାତ୍ର, ପୌରପାଳିକା ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ଗାନ୍ଧୀ ବେଶଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ମଧ୍ୟ କରିଥିଲେ।  

ଏହା ମଧ୍ୟ ପଢନ୍ତୁ-ଗାନ୍ଧୀଙ୍କ ବାର୍ତ୍ତା ନେଇ ସାମ୍ପ୍ରଦାୟିକ ସଦଭାବନା ଅଭିଯାନ ଆରମ୍ଭ

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details