ଓଡିଶା

odisha

Cancer Awareness Day: ପଥପ୍ରାନ୍ତ ନାଟକ ଜରିଆରେ ଛାତ୍ରଛାତ୍ରୀଙ୍କ କ୍ୟାନ୍ସର ସଚେତନତା

By ETV Bharat Odisha Team

Published : Nov 8, 2023, 7:24 AM IST

ବରଗଡ଼ରେ ଛାତ୍ରଛାତ୍ରୀଙ୍କ କ୍ୟାନ୍ସର ସଚେତନତା

ବରଗଡ:ଜାତୀୟ କ୍ୟାନ୍ସର ସଚେତନତା ଦିବସ ଅବସରରେ ବରଗଡ଼ରେ କୁନି କୁନି ପିଲାଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ଚିନ୍ତାର ବିଷୟ ହୋଇଥିବା ବେଳେ କିପରି ଲୋକେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇପାରିବେ ସେନେଇ ମଙ୍ଗଳବାର ଗଙ୍ଗାଧର ନଗର ସ୍ଥିତ ଏ.ଇ.ମିଶନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆନୁକୁଲ୍ୟରେ ଏବଂ ଫାଇଟର ଗ୍ରୁପ ବରଗଡ଼ ସହାୟତାରେ କ୍ୟାନ୍ସର ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ସଚେତନତା ପରିକ୍ରମାରେ ବାହାରି ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖରେ କ୍ୟାନ୍ସର ସଚେତନତା ଉପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟିକା “ଅଭି ଔର ଜିନା ହୈ” ପରିବେଷଣ କରାଯାଇଥିଲା । 

ଏହାମଧ୍ୟ ପଢନ୍ତୁ: ଭାରତ ପାଇଁ ଓ୍ବେକଅପ କଲ୍, କ୍ୟାନ୍ସରକୁ ନେଇ ସଚେତନତା ଜରୁରୀ


ମିଶନ ସ୍କୁଲର ଚେୟାରମ୍ୟାନ ଯଶବୀର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଜିତେନ୍ଦ୍ର କୁମାର ବେବର୍ତ୍ତା, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦଧିବାମନ ଦାଶ, ୱାର୍ଡ ନ. ୧୪ ର କାଉନସିଲର ନୀତୁ ମାହାନା, ଫାଇଟର ଗ୍ରୁପ ବରଗଡ଼ର ସଭାପତି ପ୍ରସନ୍ନ କୁମାର ମିଶ୍ର, ଉମ୍ମିଦେଁ ଗ୍ରୁପ(ଭୁବନେଶ୍ୱର)ର ପ୍ରତିଷ୍ଠାତା ନିତେଇ ପାଣିଗ୍ରାହୀ ଓ ଏ. ଇ. ଏମ୍ ସ୍କୁଲର ପ୍ରଧାନାଚାର୍ଯ୍ୟ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇଥିଲେ।


ବିଧାୟକ ଉକ୍ତ ସଭାରେ ବରଗଡରେ ନିର୍ମାଣାଧୀନ ନୂତନ କ୍ୟାନ୍ସର ହସ୍ପିଟାଲ ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବେବର୍ତ୍ତା କ୍ୟାନ୍ସର ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ପଥପ୍ରାନ୍ତ ନାଟିକା “ଅଭି ଔର ଜିନା ହୈ” କ୍ୟାନ୍ସରକୁ ବି ପରାସ୍ତ କରିହେବ ଏହି ବିଶ୍ବାସର ବାର୍ତ୍ତା ନେଇ ଉପସ୍ଥିତ ଦର୍ଶକଙ୍କ ମନରେ ଏକ ନୂତନ ଆଶାର ସଂଚାର କରିବାରେ ସକ୍ଷମ ହୋଇଥିଲା।
 

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details