ଓଡିଶା

odisha

ETV Bharat / videos

Watch Video: ସୁନ୍ଦର ଦେଶଟି ଭାରତ ବର୍ଷ ସଙ୍ଗୀତ ଗାଇଲେ ଛାତ୍ର, ଭରିଲେ ଦେଶପ୍ରେମ - ସାଧାରଣତନ୍ତ୍ର ଦିବସ ୨୦୨୩

🎬 Watch Now: Feature Video

By

Published : Jan 26, 2023, 4:51 PM IST

Updated : Feb 3, 2023, 8:39 PM IST

ଭୁବନେଶ୍ବର:ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ । ପ୍ରତିଟି ଭାରତୀୟ ପାଇଁ ଏହା ଗର୍ବ ଓ ଗୌରବର ମାହୋଲ । ତେବେ ଏହି ପବିତ୍ର ଦିବସ ଅବସରରେ ଡିଏଭି ପୋଖରୀପୁଟର ଛାତ୍ର ଶ୍ରେୟାନ୍ସ ଦାସ ଏକ ସୁମଧୁର ଗୀତକୁ ଦେଶ ମାତୃକା ପ୍ରତି ଉତ୍ସର୍ଗୀକୃତ କରିଛନ୍ତି । ସେ ନିଜର ସୁମଧୁର କଣ୍ଠରେ ଏହି ଗୀତ ଗାଇଥିବା ବେଳେ ତାଙ୍କ ଗୀତ ଦେଶତ୍ମାବୋଧକ ପରିବେଶ ସୃଷ୍ଟି କରିଛି । ଡାକ୍ତର ମନୋଜ ଦାସ ଓ ଶୁଭଶ୍ରୀ ଦାସଙ୍କ ବଡ଼ ପୁଅ ହେଉଛନ୍ତି ଶ୍ରେୟାନ୍ସ । ଯିଏକି ସାଧାରଣତନ୍ତ୍ର ଦିବସ ଅବସରେ ନିଜ ସୁମଧୁର କଣ୍ଠରେ ଗାଇଛନ୍ତି ଏହି ଗୀତ । ଯାହାକୁ ଶୁଣି ଲୋମ ଟାଙ୍କୁରି ଉଠିଛି ।  

ଭାରତବର୍ଷ ଆଜି ତ୍ରିରଙ୍ଗାର ୩ ରଙ୍ଗର ହୋଇଛି ରଙ୍ଗୀନ । ଚାରିଆଡ଼େ ଦେଶତ୍ମାବୋଧକ ପରିବେଶ ସୃଷ୍ଟି ହୋଇଛି । ସମସ୍ତ ଭାରତବର୍ଷର ବୀରତ୍ବ ଗାଥାକୁ ମନେ ପକାଇଛନ୍ତି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ସ୍ମରଣୀୟ ଦିବସକୁ ମନେ ପକାଇବା ଲାଗି ପ୍ରତିବର୍ଷ ଆମେ ସାଧାରଣନ୍ତ୍ର ଦିବସ ପାଳନ କରି ଆସୁଛନ୍ତି । ଏହି ଅବସରରେ ଶ୍ରେୟାନ୍ସ 'ସୁନ୍ଦର ଦେଶଟି ଭାରତ ବର୍ଷ' ଗୀତ ଗାଇଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details