ଓଡିଶା

odisha

ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ

ETV Bharat / videos

ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ: 'ଗୋ ବ୍ୟାକ୍' ନାରା ଦେଲା ଛାତ୍ର କଂଗ୍ରେସ

By

Published : Aug 5, 2023, 6:04 PM IST



ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସର ସମର୍ଥକମାନେ ମଣିପୁର ଘଟଣା ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରିବା ସହିତ ଅମିତ ଶାହ ଗୋ-ବ୍ୟାକ ନାରା ଦେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧ କରିଥିଲେ।  ଏହି ଘଟଣାରେ ୩୦ରୁ ଅଧିକ କଂଗ୍ରେସ ସମର୍ଥକଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଛାତ୍ର କଂଗ୍ରେସର ସମର୍ଥକମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନଠାରେ 'ଗୋ ବ୍ୟାକ୍ ନାରା' ଲଗାଇଛନ୍ତି। ମଣିପୁରରେ ଘଟଣାକୁ ନେଇ ବିଜେପି ସରକାରକୁ ସମ୍ପୂର୍ଣ ଭାବରେ ଦାୟୀ କରିଛି ଛାତ୍ର କଂଗ୍ରେସ।


ମଣିପୁରରେ ହିଂସା ଓ ସାରାଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳକୁ ନେଇ ମାଷ୍ଟର କ୍ୟାଣ୍ଟିନ ଠାରେ ଛାତ୍ର କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ କଳା ରଙ୍ଗର ବେଲୁନ ଉଡାଇଛନ୍ତି କଂଗ୍ରେସ କର୍ମୀ । ଖବର ପାଇ କମିଶନରେଟ ପୋଲିସ ମାଷ୍ଟର କ୍ୟାଣ୍ଟି ଠାରେ ସମସ୍ତ ଛାତ୍ର କଂଗ୍ରେସର ସମାର୍ଥକଙ୍କୁ ଅଟକାଇଥିଲେ। ଛାତ୍ର କଂଗ୍ରେସ ସମର୍ଥକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା ପୋଲିସ। ପରବର୍ତ୍ତୀ ସମୟରେ ଛାତ୍ର କଂଗ୍ରେସର ସମର୍ଥକମାନେ ବ୍ୟାରିକେଡ ଭାଙ୍ଗି ଆଗକୁ ବଢିଥିଲେ। ତେବେ ଏହିଭଳି ପରିସ୍ଥିତି ହେବାରୁ ଘଟଣାସ୍ଥଳରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିବାବେଳ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦେଇଥିବା ସୂଚନା ମଲିଛି।

ଏହା ବି ପଢନ୍ତୁ...Amit Shah in Odisha: ଗୋଟିଏ ମଞ୍ଚରେ ଶାହ ଓ ନବୀନ; ପରସ୍ପରକୁ କଲେ ପ୍ରଶଂସା


ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ବିଜେପିର ଅନେକ ବରିଷ୍ଠ ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିବା ପରେ  କଡା ସୁରକ୍ଷା ମଧ୍ୟରେ ମେ ଫେୟାର ହୋଟେଲରେ ରାତ୍ର ରହଣି କରିଥିଲେ ଶାହ। ଏହାପରେ ଆଜି ଦୁଇଟି ଏନଏଚ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଏନଏଚ 53 କେ କାମାକ୍ଷାନଗର-ଡୁବୁରିକୁ 4 ଲେନ ବିଶିଷ୍ଟ ରାସ୍ତା ଓ କଳାହାଣ୍ଡି ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ। ତେବେ ଏହି କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମ ଜରିଆରେ ପରସ୍ପରକୁ ଧନ୍ୟବାଦ ଦେଇଥିଲେ ଶାହ, ନବୀନ। ଏହାପରେ ଭୁବନେଶ୍ୱର ବିଜେପି ମୁଖ୍ୟାଳୟଠାରେ ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଶାହ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details