ପୃଥକ ଅଳିଆ ନଦେଲେ ନିଆଯିବ କଡା ଆକ୍ସନ: ବିଏମସି କମିଶନର - ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ
Published : Nov 4, 2023, 7:52 PM IST
ଭୁବନେଶ୍ବର:ଭୁବନେଶ୍ବରରେପୃଥକ ଅଳିଆ ନଦେଲେ ଲୋକମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଅଳିଆଗୁଡିକୁ ପୃଥକୀକରଣ କରୁନାହାନ୍ତି କିମ୍ବା ଓଦା ଓ ଶୁଖିଲା ଅଳିଆ ପୃଥକ ଭାବେ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ତେବେ ସବୁ ଲୋକ ଅଳିଆକୁ ଅଲଗା ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି କମିଶନର ।
ଏହାମଧ୍ୟ ପଢନ୍ତୁ..ପୂଜା ପୂର୍ବରୁ ଗର୍ଜିଲେ ସଫେଇ କର୍ମଚାରୀ, ଘେରିଲେ BMC କାର୍ଯ୍ୟାଳୟ
ତେବେ ଗାଡକଣାରେ ଅଳିଆ ଗଦା ହେବା ଯୋଗୁ ସେଠାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି । ତେବେ ଏହାର ନିରାକରଣ ପାଇଁ ସେଠାରେ ଅଳିଆ ସଫେଇ କାର୍ଯ୍ୟ କରାଯାଉଛି । ଖୁବଶୀଘ୍ର ଗାଡକଣାରେ ଅଳିଆ ସମସ୍ୟା ସମାଧାନ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ବୈଜ୍ଞାନିକ ପଦ୍ଧତିରେ ସେଠାରେ କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ପୂର୍ବଭଳି ଦୁର୍ଗନ୍ଧ ଆସୁନଥିବା କହିଛନ୍ତି ବିଏମସି କମିଶନର ।
ଇଟିଭି ଭାରତ, ଭୁବନେଶ୍ବର