ଓଡିଶା

odisha

ପାଣିରେ ଭାସୁଛି ରାମସେତୁ ପଥର

ETV Bharat / videos

ସୁନ୍ଦରଗଡ଼ରେ ପାଣିରେ ଭାସୁଛି ପଥର, ଦେଖିବାକୁ ଲୋକଙ୍କ ଭିଡ଼

By

Published : Mar 29, 2023, 7:46 PM IST

ରାଉରକେଲା: ତ୍ରେତୟାରେ ପ୍ରଭୁ ଶ୍ରୀରାମ ଲଙ୍କା ବିଜେ କରିବାକୁ ସମୁଦ୍ର ପଥରେ ବନ୍ଧାଯାଇଥିଲା ରାମସେତୁ । ଗଭୀର ସମୁଦ୍ର ମଝିରେ ବିଶାଳ ପଥର ମାନଙ୍କରେ ବାନର ସେନା  ଶ୍ରୀରାମଙ୍କ ନାଁ ଲେଖି ପକାଇ ଦେଉଥିଲେ । ସେହି ପଥର ଗୁଡ଼ିକ ପାଣିରେ ନବୁଡି ଭାସିବାକୁ ଲାଗିଥିଲା । ଭାସମାନ ପଥରରେ ଶ୍ରୀଲଙ୍କାକୁ ନିର୍ମାଣ ହୋଇଥିଲା ରାମସେତୁ ବନ୍ଧ । ଏହା ଆଜିବି ସେପରି ରହିଛି । ଆଜିବି ସେଠାରେ ଥିବା ପଥର ଗୁଡିକ ପାଣିରେ ଭାସୁଥିବାର ଦେଖାଯାଏ ବୋଲି କୁହାଯାଏ । ଏହାର ନିଦର୍ଶନ ଦେଖିବାକୁ ମିଳିଛି ସୁନ୍ଦରଗଡ ସହର ମଝିରେ ଥିବା ହନୁମାନ ମନ୍ଦିରରେ । ପାଣିରେ ଏକ ପଥର ଭାସୁଥିବାର ଦେଖିବାକୁ ମିଳିଛି । ପଥରକୁ ପାଣିରେ ଭାସୁଥିବା ନିଜ ଚର୍ମ ଚକ୍ଷୁରେ ଦେଖି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଶ୍ରଦ୍ଧାଳୁ । ଜଣେ ବ୍ୟକ୍ତି ରାମେଶ୍ବରମ ଯାଇଥିବାବେଳେ ସେଠାରୁ ଖଣ୍ଡେ ପଥର ଆଣିଥିଲେ । ଯାହା ବାସ୍ତବରେ ପାଣିରେ ଭାସୁଛି । ଏହି ପଥରକୁ ହନୁମାନ ମନ୍ଦିରରେ ଏକ କୁଣ୍ଡରେ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଛି । ଏହାକୁ ନିତ୍ୟ ପୂଜା ମଧ୍ୟ କରାଯାଉଛି । ଆସନ୍ତାକାଲି ଶ୍ରୀରାମନବମୀ ଥିବାବେଳେ ଏହି ଦିବ୍ୟ ପଥରକୁ ଏଠାରେ ସ୍ଥାପନ କରାଯାଇଛି । ଭାସମାନ ପଥରକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details