ଓଡିଶା

odisha

State level byanga poet conference

ETV Bharat / videos

ଜଗତସିଂହପୁରରେ ଜମୁଛି ବ୍ୟଙ୍ଗ କବିଙ୍କ ଆସର - ଜଗତସିଂହପୁରରେ ଜମୁଛି ବ୍ୟଙ୍ଗ କବିଙ୍କ ଆସର

By

Published : Mar 27, 2023, 9:20 AM IST

ଜଗତସିଂହପୁର: ଜିଲ୍ଲାରେ ଜମୁଛି ବ୍ୟଙ୍ଗ କବିଙ୍କ ଆସର । ରାଜ୍ୟସ୍ତରୀୟ ବ୍ୟଙ୍ଗ କଥାକାର ସମ୍ମିଳନୀରେ ଏକାଠି ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ବ୍ୟଙ୍ଗ କବି। ଜଗତସିଂହପୁର ଉପକଣ୍ଠ ସାଧୁସାହି ଠାରେ ଗତକାଲି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ 50ରୁ ଅଧିକ ବ୍ୟଙ୍ଗ କବି ସେମାନଙ୍କ ରଚିତ କବିତା ପାଠ କରିଥିଲେ । ଯାହା ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ବ୍ୟଙ୍ଗ ମାଧ୍ୟମରେ ସମାଜ ସଂସ୍କାରର ବାର୍ତ୍ତା ପ୍ରଚାର କରିଥିଲେ ବ୍ୟଙ୍ଗକାର  । ଆଜିର ସମାଜରେ ଦେଖାଯାଉଥିବା ଘଟଣା ବଳିକୁ ନେଇ ବ୍ୟଙ୍ଗକାର ମାନେ କବିତା ପରିବେଷଣ କରିଥିଲେ । ଆଜିର ଦିନରେ ପୁଅ ମାନେ କିପରି ନିଜ ବୃଦ୍ଧ ବାପା ଓ ମାଆଙ୍କୁ ପରିଣତ ବୟସରେ ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି ସେନେଇ କବିତା ପରିବେଶଷ କରାଯାଇଥିଲା। ସେହିପରି ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ କୁଳଷିତ ସମାଜକୁ କିପରି ସୁମାର୍ଗ କୁ ଅଣାଯାଇ ପାରିବ ସେଥି ନିମନ୍ତେ ବ୍ୟଙ୍ଗ କବି ଟିଏ ସଦା ସର୍ବଦା ଯତ୍ନଶୀଳ ବୋଲି ଢେଙ୍କାନାଳର ବ୍ୟଙ୍ଗ କବି ପ୍ରତାପ ରଶ୍ମି ନାୟକ ପ୍ରକାଶ କରିଥିଲେ।    

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details