ଓଡିଶା

odisha

ଢେଙ୍କାନାଳରେ ରାଜ୍ୟସ୍ତରୀୟ ଲଉଡି ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ETV Bharat / videos

ଲଉଡି ନୃତ୍ୟକୁ ବଞ୍ଚାଇ ରଖିବାକୁ ପ୍ରୟାସ, ଢେଙ୍କାନାଳରେ ଅନୁଷ୍ଠିତ ହେଲା ରାଜ୍ୟ ସ୍ତରୀୟ ଲଉଡି ନୃତ୍ୟ ମହୋତ୍ସବ - ପ୍ରାଚୀନ କଳାର ଲଉଡି ନୃତ୍ୟ

By

Published : Mar 26, 2023, 8:02 PM IST

ଢେଙ୍କାନାଳ: ଢେଙ୍କାନାଳ ଭୁବନ ଜିରାଳରେ ରାଜ୍ୟସ୍ତରୀୟ ଲଉଡି ନୃତ୍ୟ ମହୋତ୍ସବ ଅନୁଷ୍ଠିତ । ପ୍ରାଚୀନ କଳାର ଲଉଡି ନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାରଙ୍କର ପ୍ରୟାସ ଆରମ୍ଭ ହୋଇଛି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଲଉଡି ନୃତ୍ୟ ମହୋତ୍ସବ ଗତକାଲି (ଶନିବାର) ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ଠାରେ ଅନୁଷ୍ଠିତ ହୋଇଥିଲା । 

ଏହି ମହୋତ୍ସବରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସମେତ ବହୁ ଅତିଥୀ ଯୋଗଦେଇ ଲଉଡି ଖେଳ ଭାବ, ପ୍ରେମ ଓ ବୀରତ୍ବର ଖେଳ ବୋଲି ପ୍ରକାଶ କରିଥିଲେ। ତେବେ ଏହି ମହୋତ୍ସବରେ ରାଜ୍ୟର କୋଣ ଅନୁକୋଣରୁ ୧୦ଟି ଗୋପାଳ ଲଉଡି ନୃତ୍ୟ ଦଳ ଭାଗ ନେଇଥିବା ବେଳେ ପ୍ରାରମ୍ଭରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ପରେ ଅତିଥିମାନଙ୍କ ଉପସ୍ଥିତରେ କଳାକାରମାନଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details