ଓଡିଶା

odisha

କୋରେଇ ଗଡିଲା ଶ୍ରୀ ମନ୍ଦିର ଅର୍ପଣ ରଥ, ଘର ଘର ବୁଲି ସଂଗ୍ରହ ହେଲା ଅରୁଆ ଚାଉଳ ଓ ଗୁଆ

By ETV Bharat Odisha Team

Published : Jan 8, 2024, 10:24 PM IST

ETV Bharat / videos

କୋରେଇ ଗଡିଲା ଶ୍ରୀମନ୍ଦିର ଅର୍ପଣ ରଥ, ଘର ଘର ବୁଲି ସଂଗ୍ରହ ହେଲା ଅରୁଆ ଚାଉଳ ଓ ଗୁଆ

Arpan Rath: କୋରେଇ: କୋରେଇ ବ୍ଲକ ପ୍ରଶାସନ ପକ୍ଷରୁ ବେଗନା ଗାଁ ଜଗନ୍ନାଥ ମନ୍ଦିରରୁ ଶୁଭାରମ୍ଭ ହୋଇଛି ଶ୍ରୀ ମନ୍ଦିର ଅର୍ପଣ ରଥ  । ଏହା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କରିବ ସଚେତନତା l ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଆଜି ଠାରୁ କୋରେଇ ବ୍ଲକ ବ୍ୟାପୀ ଆରମ୍ଭ ହୋଇଛି ଅର୍ପଣ ରଥ ପରିକ୍ରମା । ଏହିକ୍ରମର କୋରେଇ ବ୍ଲକ ଧନେଶ୍ବର ପଞ୍ଚାୟତର ବେଗନା ଗାଁ ଜଗନ୍ନାଥ ମନ୍ଦିର ପରିସରରୁ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । 

ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ରଥ ବାହାରିଥିଲା । ଏହି ସମୟରେ ଗାଁର ମହିଳା ତଥା ଜଗନ୍ନାଥ ପ୍ରେମୀ ମାନେ ଗାଁ ରାସ୍ତାରେ ମୁରୁଜ, ଝୋଟି ଚିତା ପକାଇ କଳସ ବସାଇ ରଥକୁ ସ୍ବାଗତ କରିଥିଲେ । ଘଣ୍ଟ ଘଣ୍ଟା, ସଂକୀର୍ତ୍ତନ ତାଳେ ତାଳେ ଜୟ ଜଗନ୍ନାଥ ଧ୍ବନୀରେ କମ୍ପି ଉଠିଥିଲା ସମଗ୍ର ପରିବେଶ । ରଥ ପରିକ୍ରମା ସମୟରେ ମହିଳା ମାନେ ବନ୍ଦାପନା କରିବା ସହ ହାତରେ ଅରୁଆ ଚାଉଳ, ଗୁଆ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋରେଇ ବିଡ଼ିଓ ଅଶୋକ ମାଝୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ପରିଷଦ ଅଧକ୍ଷା ନଳିନୀପ୍ରଭା ଜେନା ଓ ବହୁ ଜଗନ୍ନାଥ ପ୍ରେମୀ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ପିପିଲିରେ ଚାଉଳ ଗୁଆ ସଂଗ୍ରହ କଲା ଅର୍ପଣ ରଥ

ଆଜି ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବ୍ଲକର 28ଟି ଗୋଟି ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ । ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବା ସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅର୍ପଣ ରଥ ପରିକ୍ରମା ଗତକାଲିଠାରୁ ଧର୍ମଶାଳା, ସୁକିନ୍ଦା,ଦାନଗଦି, ଯାଜପୁର ଟାଉନ, ବିଂଝାରପୁର, ବଡ଼ଚଣା, ବରୀ, ରସୁଲପୁର ଓ ଦଶରଥପୁର ବ୍ଲକ ରେ ଆରମ୍ଭ ହେଇଛି l

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details