ଓଡିଶା

odisha

ଭାରତ ପରାଜୟର କାରଣ କହିଲେ କ୍ରୀଡ଼ା ସମୀକ୍ଷକ

ETV Bharat / videos

କାହିଁକି ଫାଇନାଲରେ ଫେଲ୍‌ ମାରିଲା ଟିମ୍‌ ଇଣ୍ଡିଆ ? କାରଣ କହିଲେ କ୍ରୀଡ଼ା ସମୀକ୍ଷକ

By ETV Bharat Odisha Team

Published : Nov 20, 2023, 4:38 PM IST

ଭୁବନେଶ୍ବର: ବିଶ୍ବକପ୍‌ ୨୦୨୩ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସର୍ବଶ୍ରେଷ୍ଠ ଦଳ ଭାବେ ଉଭା ହୋଇଥିବା ଟିମ୍‌ ଇଣ୍ଡିଆ । ଏକମାତ୍ର ଦଳ ଭାବେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ୯ ମ୍ୟାଚ୍‌ ଜିତି ପଏଣ୍ଟ୍‌ ଟେବୁଲ ଶୀର୍ଷରେ ଅଭିଯାନ ଆରମ୍ଭ କରିଥିଲା । ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ୨୦୧୯ ବିଶ୍ବକପ୍‌ ପରାଜୟର ପ୍ରତିଶୋଧ ମଧ୍ୟ ନେଲା । ହେଲେ ଫାଇନାଲ୍‌ରେ କେଉଁଠି ରହିଲା ଭୁଲ ? କଣ ପାଇଁ କଙ୍ଗାରୁ ଦଳ ଆଗରେ ଫେଲ୍‌ ମାରିଲେ ରୋହିତ ବାହିନୀ ?

କ୍ରୀଡ଼ା ସମୀକ୍ଷକ ଅନିରୁଦ୍ଧ ଚୌଧୁରୀ କହିଛନ୍ତି, "ଭାରତ ହାରିବା ପଛରେ ୩ରୁ ୪ଟି କାରଣ ରହିଛି । ପ୍ରଥମ କାରଣ ହେଉଛି କେଉଁଠି ନା କେଉଁଠି ଭାରତୀୟ ଦଳ ଚାପକୁ ପଳାଇ ଆସିଲା । ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଚାପ ରହିଲା । ସେହିଭଳି କାଲି ମ୍ୟାଚ୍‌ରେ ରଣନୀତି ନେଇ ଆସିନଥିଲେ ଭାରତୀୟ ଟିମ୍‌ । ପିଚ୍‌କୁ ଭଲଭାବେ ପଢିଥିଲା ଅଷ୍ଟ୍ରେଲିଆ । ତାଙ୍କ ପାଖରେ ଗେମ୍‌ ପ୍ଲାନ ଓ ଆକ୍ସନ ଥିଲା । ତୃତୀୟରେ ରୋହିତ ଓ କୋହଲି ଆଉଟ୍‌ ହେବାପରେ ଭାରତୀୟ ବ୍ୟାଟରମାନେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିପାରିଲେ ନାହିଁ । ପିଚ୍‌ରେ ଷ୍ଟ୍ରାଇକ୍‌ ରୋଟେଟ୍‌ ନକରିବା ପଛରେ କାରଣ କିଛି ନଥିଲା । ସେପଟେ ବ୍ୟାଟର ବିଫଳ ହେବାପରେ ବୋଲରଙ୍କ ଉପରେ ଚାପ ସୃଷ୍ଟି ହେଲା । କଙ୍ଗାରୁ ଦଳ କେଉଁଠି ନା କେଉଁଠି ଆମର ପ୍ରମୁଖ ପେସର ଶାମିଙ୍କୁ ଟାର୍ଗେଟ କରିଦେଇଥିଲା । ଯାହା ଫଳରେ ସମ୍ପୂର୍ଣ୍ଣ ଭାରତୀୟ ପେସ୍‌ ଆଟାକ ପ୍ରଭାବିତ ହୋଇଥିଲା । ସେହିଭଳି ଅଷ୍ଟ୍ରେଲିଆ ୭ ଜଣ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଲା । କିନ୍ତୁ ଭାରତ ପାଖରେ ମାତ୍ର ୫ ବୋଲିଂ ଅପ୍ସନ୍‌ ଥିଲେ । ଟିମ୍‌ ସିଲେକ୍ସନରେ କିଛିଟା ତ୍ରୁଟି ରହିଥିଲା ।" ଏହି ସବୁ କାରଣ ପାଇଁ ଭାରତ ପରାଜୟ ବରଣ କଲା ବୋଲି ଅନୁମାନ କରିଛନ୍ତି କ୍ରୀଡା ସମୀକ୍ଷକ ଅନିରୁଦ୍ଧ ଚୌଧୁରୀ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ 2023 ଫାଇନାଲ: କାହିଁକି ଅଟକିଲା ଭାରତର ବିଜୟ ରଥ, ଜାଣନ୍ତୁ 5 କାରଣ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details